www.samajalive.in
Monday, December 15, 2025
24.1 C
Bhubaneswar

ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ସୁନିତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନ ସ୍ଥଗିତ

ସମାଜ ଡିଜିଟାଲ ଡେସ୍କ: ସୁନିତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନକୁ ସ୍ଥଗିତ ରଖାଯାଇଛି। ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ତୃତୀୟ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସୁନିତା ମଙ୍ଗଳବାର ବଚ୍‌ ଓ୍ବିଲ୍‌ମୋରଙ୍କ ସହ ନୂତନ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌ ବର୍ତ୍ତମାନ ସ୍ଥଗିତ ରହିଛି। ତେବେ ଏହି ମିଶନ୍‌ ପୁଣି କେବେ ଲଞ୍ଚ୍‌ ହେବ ସେନେଇ କୌଣସି ନୂଆ ତାରିଖ ଘୋଷଣା କରାଯାଇ ନାହିଁ।

ସୂଚନା ଅନୁଯାୟୀ, ୟୁନାଇଟେଡ୍ ଲଞ୍ଚ୍‌ ଆଲାୟନ୍ସ ଆଟଲାସ୍ ଭି ରକେଟ୍ ଦ୍ବାରା ମେ’ ୭ ତାରିଖ ସକାଳ ୮.୦୪ରେ ଫ୍ଲୋରିଡାର କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନର ସ୍ପେସ୍ କମ୍ପ୍ଲେକ୍ସ-୪୧ରୁ ଲଞ୍ଚ୍‌ ହେବାର ଥିଲା। ଆଜି ସୁନିତା ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିଥା’ନ୍ତେ। ସେ ପ୍ରଥମ ଥର ପାଇଁ ୨୦୦୬ରେ ଓ ଦ୍ଵିତୀୟ ଥର ପାଇଁ ୨୦୧୨ରେ ମହାକାଶ ଯାତ୍ରା କରିଥିଲେ। ନାସାର ସୂଚନା ଅନୁସାରେ, ସୁନିତା ମହାକାଶରେ ମୋଟ୍‌ ୩୨୨ ଦିନ ବିତାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories