www.samajalive.in
Monday, December 15, 2025
24.1 C
Bhubaneswar

ଜଳୁଛି ସାରା ଓଡିଶା : ୮ ଜିଲାକୁ ରେଡ ୱାର୍ଣ୍ଣିଂ, କାଳବୈଶାଖୀ ସମ୍ଭାବନା

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ଜିଲାକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ବର ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ଼ ଜିଲାକୁ ପାଣିପାଗ ବିଭାଗର ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ୪ ସହର ୪୪ ଉପରେ ରହିଛି। ୪୪.୮ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହ ପାଲଟିଛି। ଅନୁଗୁଳ ୪୪.୩, ବୌଦ୍ଧ ୪୪.୧, ତାଳଚେର ୪୪ ଡିଗ୍ରୀ ରେକର୍ଡ। ଟିଟିଲାଗଡ଼ ୪୩.୫ ଏବଂ ଢେଙ୍କାନାଳ ୪୩.୩ ରେକର୍ଡ କରାଯାଇଛି। ସେହିପରି ନୟାଗଡ଼, ମାଲକାନଗିରି, ବଲାଙ୍ଗିର, କେନ୍ଦୁଝର ଓ ନୂଆପଡ଼ା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକ ୪୨.୫ ଏବଂ ଭୁବନେଶ୍ବର ୪୧.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

- Advertisement -

ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲାରେ କାଳବୈଶାଖୀ ପୂର୍ବାନୁମାନ କରାଯାଇଛି। ଏହାର  ପ୍ରଭାବରେ କିଛି ଅଂଚଳରେ ପବନ ୫୦ ରୁ ୬୦ କିମି, ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି |

ସୋମବାର ସାଢେ ୨ଟା ସୁଦ୍ଧା କେନ୍ଦୁଝର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୮, ବାଲେଶ୍ୱର ୪୧.୪, ଭୁବନେଶ୍ୱର ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories