www.samajalive.in
Monday, December 8, 2025
27.1 C
Bhubaneswar

ମେ’ ୩ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ମେ’ ୩ ତାରିଖରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବା ସହିତ ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି  ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି।

ସେହିପରି ମେ’ ୫ କିମ୍ବା ୯ ତାରିଖରେ ଓଡ଼ିଶା ଗସ୍ତରେ ପ୍ରିୟଙ୍କା ଗାନ୍ଧୀ ଆସିବେ। ଓଡ଼ିଶାରେ କଂଗ୍ରେର ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ଯୋଗଦେବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହାସହିତ ସେ ନବରଙ୍ଗପୁର ଏକ ଜନସଭାରେ ସାମିଲ ହେବେ। ନିର୍ଦ୍ଧିଷ୍ଟ ଭାବେ କେଉଁ ତାରିଖରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଗସ୍ତରେ  ଆସିବେ ତାହା ପରେ ଜଣାଇ ଦିଆଯିବ ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories