www.samajalive.in
Monday, December 15, 2025
16.1 C
Bhubaneswar

ସାଇବର ଅପରାଧୀଙ୍କ ନୂଆ କୌଶଳ; ଏସବିଆଇ ୟୋନୋ ଆପ ନାଁରେ ଠକିନେଲେ ୩୭ ହଜାର

ଲାଞ୍ଜିଗଡ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ସାଧାରଣ ଲୋକେ ଯେତିକି ଉପକୃତ ହେଉଛନ୍ତି ସେହି ପରିମାଣରେ ମାତିଛନ୍ତି ସାଇବର ଅପରାଧୀ। ଦିନକୁ ଦିନ ସ୍ମାର୍ଟ କୌଶଳ ଅବଲମ୍ବନ କରି ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ଚାଲିଛନ୍ତି। ଏହିପରି ଭାବେ ଦେଶର ସବୁଠୁ ବିଶ୍ୱସନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ କାରବାର ପାଇଁ ଉଦ୍ଦିଷ୍ଟ ୟୋନୋ ଆପ୍‌ ନାଁରେ ଲୋକଙ୍କୁ ହ୍ଵାଟ୍ସଆପ ଜରିଆରେ ମେସେଜ କରି ଏବେ ଆର୍ଥିକ ଠକେଇ ପାଇଁ ମାତିଛନ୍ତି ସାଇବର ଲୁଟେରା। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଂଚାୟତ ପଦ୍ମଥୋପା ଗାଁର ହରିହର ନାଏକ ନାମକ ଜଣେ ଯୁବକଙ୍କ ଏକାଉଣ୍ଟରୁ ୩୭ ହଜାର ୪୪୮ ଟଙ୍କା କଟିଯିବା ପରେ ଏହି ଠକେଇ ସମ୍ପର୍କରେ ସୂଚନା ମିଳିଛି। ଏନେଇ ହରିହର ଭବାନୀପାଟଣାସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଏହି କିଛିଦିନ ହେଲା ଲୋକଙ୍କୁ ବିଭିନ୍ନ ହ୍ଵାଟ୍ସଆପ୍ ଗ୍ରୁପରେ ଏସଵିଆଇ ୟୋନୋ ଇନଷ୍ଟଲ କରିବାକୁ ମେସେଜ ଲିଙ୍କ୍‌ ଆସୁଛି। ଏହି ଲିଙ୍କରେ କ୍ଲିକ କରି ୟୋନୋ ଆପ ଇନଷ୍ଟଲ କଲେ ୭୩୪୫ ଟଙ୍କା ରିୱାର୍ଡ ମିଳିବ ବୋଲି କୁହାଯାଇଥିବାରୁ ଉତ୍ସୁକତାବଶତଃ ହରିହର ଏଇ ଲିଙ୍କରେ କ୍ଲିକ୍ କରିଥିଲେ। ଏହାପରେ କିଛି ପର୍ଯ୍ୟାୟ ଗଲା ପରେ ତାଙ୍କ ଏକାଉଣ୍ଟରୁ ପ୍ରଥମ ପର୍ଯ୍ୟାୟରେ ୨୯୦୦, ଦ୍ଵିତୀୟ ପର୍ଯ୍ୟାୟରେ ୧୭, ୪୬୬ ଓ ତୃତୀୟ ପର୍ଯ୍ୟାୟରେ ୧୭୦୮୨ ଟଙ୍କା କଟିଯାଇଥିଲା। କେବଳ ସେତିକି ନୁହେଁ, ତାଙ୍କ ଫୋନରେ ଥିବା ସମସ୍ତଙ୍କ ମୋବାଇଲ ନମ୍ବର ଓ ଗ୍ରୁପକୁ ଏହି ଲିଙ୍କ୍ ଶେୟାର ହୋଇଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ପରେ ସେ ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ନିଜ କଷ୍ଟ ଉପାର୍ଜିତ ଅର୍ଥରାଶିକୁ ସାଇବର ଲୁଟେରା ଲୁଟିନେବା ପରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ହରିହର। ନିଜର ଟଙ୍କା ଫେରିପାଇବାକୁ ପୁଲିସ, ସାଇବର ପୁଲିସ ଓ ବ୍ୟାଙ୍କ ନିକଟରେ ନେହୁରା ହେଉଛନ୍ତି ହରିହର। ତେବେ ଏସବିଆଇ ପକ୍ଷରୁ ୟୋନୋ ଆପ ଇନଷ୍ଟଲ ପାଇଁ ବ୍ୟାଙ୍କ ବ୍ୟତୀତ କାହାକୁ ଅନୁମତି ଦିଆଯାଇନାହିଁ ଏବଂ ଲୋକେ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି। କୌଣସି ଅଜଣା ଲିଙ୍କକୁ ନ ଖୋଲିବାକୁ ଓ କାରବାର ନ କରିବାକୁ ସାଇବର ବିଶେଷଜ୍ଞଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories