www.samajalive.in
Sunday, December 7, 2025
14.1 C
Bhubaneswar

“ବାହାରିନ ଓଡିଆ ସମାଜ” ତରଫରୁ ୮୯ତମ ଉତ୍କଳଦିବସ ପାଳନ

ଭୁବନେଶ୍ୱର : ବାହାରିନର ରାଜଧାନୀ ମାନମା ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ବାହାରିନ ଓଡ଼ିଆ ସମାଜ” ୮୯ତମ ଉତ୍କଳ ଦିବସ ଧୁମଧାମରେ ପାଳନ କରିଛନ୍ତି। ଏଥିରେ ୧୦୦ ଓଡିଆ ପରିବାର ସମେତ ୩୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗ ଦେଇଥିଲେ। ବାହାରିନରେ ଥିବା ଭାରତୀୟ ଦୂତାବାସ ଆମ୍ବାସଡର୍ ବିନୋଦ ଜାକବ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ, ଓଡିଶାର ଖ୍ୟାତନାମା ଦଶଭୁଜା ଗୋଟିପୁଅ ଓଡିଶୀ ନୃତ୍ୟ, ଓଲିଉଡ଼ର ଆଗ ଧାଡ଼ିର ନାୟିକା ଭୂମିକା ଦାସ୍, ଅଭିନେତା ଦୀପକ୍ କୁମାର, ଗାୟିକା ଜାଗୃତି ମିଶ୍ର ଓ ସାମ୍ବାଦିକ ମନୋଜ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାଂସ୍କୃତିକ ସମ୍ପାଦିକା ପ୍ରିୟମ୍ବଦା ସାହୁଙ୍କ ଅଧ୍ୟକ୍ଷତାରେ କୋରାପୁଟ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡୀ, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ବାହାରିନ ଓଡ଼ିଆ ସମାଜର ଅଧକ୍ଷ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ସ୍ବାଗତ ଭାଷଣ ପରେ , ଆରବ ଦେଶର ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଦେବ ଲୋକନାଥ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପ୍ରାଚୀନତାର ଗୌରବପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ।
ସଙ୍ଗଠନର କୋଷାଧକ୍ଷ ଶିବାଶିଷ ମହାନ୍ତି, କ୍ରୀଡା ସମ୍ପାଦକ ଲକ୍ଷ୍ମୀକାନ୍ତ ନନ୍ଦଙ୍କ ମୁଖରୁ “ଆମେ ଓଡ଼ିଆ ଆମ ଭାଷା ବଢିଆ “ର ସ୍ଲୋଗାନ ସହ, ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀଙ୍କ ସ୍ମୃତି ଚାରଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସାଧାରଣ ସମ୍ପାଦକ ସୌମ୍ୟଦର୍ଶି ଦାସ୍ ଙ୍କ ଅଧ୍ୟକ୍ଷତାରେ ଓଡିଶାର ପ୍ରସିଦ୍ଧ ସଂଗୀତ “ଆମ ଜାତି ଓଡ଼ିଆ- ଆମ ମାଟି ଓଡ଼ିଆ ” କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା। ଏଥି ସହିତ ଅନ୍ୟ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା, ଅଭିନେତ୍ରୀ ଭୂମିକା, ଅଭିନେତା ଦୀପକ୍ ଓ ଗାୟିକା ଜାଗୃତିଙ୍କ ନୃତ୍ୟ ଓ ଗୀତାରେ ଦର୍ଶକେ ଝୁମିଥିଲେ। ଏଥି ସହିତ ଦଶଭୁଜ ଗୋଟିପୁଅ ନୃତ୍ୟ ପରିଷଦର ମୁଖ୍ୟ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରୁ ଆସିଥିବା ବହୁତ୍ କଳା କାର ନିଜର ସୁନ୍ଦର ନୃତ୍ୟ ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କ ମନ ଜିଣି ଥିଲେ। ଅନୁଷ୍ଠାନର ସଦସ୍ୟ ମାନେ କାର୍ୟ୍ୟକ୍ରମକୁ ସଫଳତାର ସହ ତୁଲାଇବା ପାଇଁ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକେ ନୃତ୍ୟ,ଗୀତର ତାଳେ ତାଳେ ଝୁମିବା ସହ କମେଡି ନାଟକର ମଜା ଉଠାଇଥିଲେ। ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇଚାରାର ମନୋଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇ ଥିଲେ। ସର୍ବ ଶେଷରେ ସଂଗଠନର ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ସ୍ବାଇଁ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories