mission shakti banner

କୁମାରପୁରରେ ଶ୍ରୀରାମ ନବମୀ ପ୍ରତିଷ୍ଠା ଉତ୍ସବ

BSKY banner  750×100

ଗୁରୁଡିଝାଟିଆ: କୁମାରପୁରରେ ରାମଲାଲାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆୟୋଜିତ ଯଜ୍ଞପାଇଁ ଘଟସ୍ଥାପନ ଉଦ୍ଦେଶ୍ୟରେ ଗ୍ରାମର ମହିଳାମାନେ କଳସ ଶୋଭାଯାତ୍ରା ଜରିଆରେ ଯଜ୍ଞସ୍ଥଳକୁ ଘଟକଳସ ଆଣିଥିଲେ। ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ନବାହ୍ନ ପାରାୟଣ ରାମଚରିତ ମାନସ ପାଠ କରାଯିବା ସହିତ ଘୃତାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହାବୀର ସାଂସ୍କୃତିକ ପରିଷଦ କୁମାରପୁର ର ପ୍ରତ୍େୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରଶ୍ମୀରଞ୍ଜନ ପାଣି,ପଣ୍ଡିତ ପ୍ରଭାସ ମହାପାତ୍ର, ପଣ୍ଡିତ ପ୍ରକାଶ ଚନ୍ଦ୍ର ମହାପାତ୍ର ଯଜ୍ଞକାର୍ଯ୍ୟ ପରିଚାଳନା କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀରାମଲୀଳା ପରିବେଷଣ କରାଯାଉଛି।

Comments are closed.