www.samajalive.in
Sunday, December 14, 2025
17.1 C
Bhubaneswar

୩୦ ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା ;ଅସହାୟ ଅବସ୍ଥାରେ ୭୪ ବର୍ଷୀୟ ବୃଦ୍ଧ

ଫୁଲବାଣୀ : ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ଜାମପଖାଳ ଗାଁରେ ୭୪ ବର୍ଷୀୟ ବୃଦ୍ଧ ସୁଦାବନ ପ୍ରଧାନଙ୍କ କ୍ଷେତ୍ରରେ ।
ସୁଦାବନ ଗତ ସେପ୍ଟେମ୍ବର ମାସ ୧୫/୯/୨୦୨୧ ତାରିଖରେ ଶେଷ ଥର ଭତ୍ତା ଟଙ୍କା ପାଇଥିଲେ ତାପରେ ଏବେ ପର୍ୟ୍ୟନ୍ତ ଦୀର୍ଘ ୩୦ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭତ୍ତା ମିଳୁନଥିବା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅସହାୟ ସୁଦାବନ । ବର୍ତମାନ ସୁଦାବନ ନିଜେ ଚାଲି ପାରୁନଥିବା ବେଳେ ବଡ଼ କଷ୍ଟରେ ବାଡ଼ି ଧରି ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ପରିବାରରେ ବହୁତ ଅସୁବିଧାରେ ଚଳୁଥିଲେ ମଧ୍ୟ କେହି ତାଙ୍କ କଥା ବୁଝୁ ନଥିବା କହିଛନ୍ତି ସୁଦାବନ।

ଛାତିଥରା ଦୃଶ୍ୟ ; ହଠାତ୍ ମୋବାଇଲ ଦୋକାନ ଭିତରକୁ ପଶି ଆସିଲା ଷଣ୍ଢ, ଆଉ ତା’ରେ, ଦେଖନ୍ତୁ ଭିଡିଓ..


ସୂଚନା ଅନୁସାରେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଦୀର୍ଘ ୩୦ ମାସ ହେବ ଅନ୍ୟ ଜଣକ ବ୍ୟାଙ୍କ ଖାତାକୁ ଭତା ଟଙ୍କା ଯାଉଥିବା ଜଣା ପଡିଛି । ତେବେ ଅଭିଯୋଗ ପରେ ମଧ୍ୟ କିଭଳି ଭାବରେ ଅନ୍ୟ ଜଣେ ଏବଂ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି ତାହା ସନ୍ଦେହ ସୃଷ୍ଟି କରିଛି । ବ୍ୟାଙ୍କ ପାସ ବୁକରୁ ଟଙ୍କା ମଧ୍ୟ ପ୍ରତି ମାସରେ ଉଠାଯାଇଥିବା ଜଣା ପଡିଛି । କିଏ ଏବଂ କେଉଁ ପରିସ୍ଥିତିରେ ଟଙ୍କା ଉଠୁଛି ଏବଂ କିଏ ଟଙ୍କା ଉଠାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ କହିଛନ୍ତି । ବର୍ତମାନ ଅସହାୟ ବୃଦ୍ଧ କିଭଳି ଭାବରେ ୩୦ ମାସର ଭତ୍ତା ଟଙ୍କା ପାଇ ପାରିବେ ତାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି । ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ଅଭିଯୋଗ ହୋଇ ନାହିଁ ବର୍ତମାନ ସେ କିଭଳି ଭାବରେ ଭତ୍ତା ଟଙ୍କା ପାଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories