www.samajalive.in
Monday, December 15, 2025
16.1 C
Bhubaneswar

ଛାତିଥରା ଦୃଶ୍ୟ ; ହଠାତ୍ ମୋବାଇଲ ଦୋକାନ ଭିତରକୁ ପଶି ଆସିଲା ଷଣ୍ଢ, ଆଉ ତା’ରେ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଦେଖି ଛାତି ଥରି ଉଠେ। ନିକଟରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି, ଷଣ୍ଢ ହଠାତ୍ ଏକ ମୋବାଇଲ ଦୋକାନ ଭିତରକୁ ପଶି ଆସୁଛି। ଏହାଦ୍ୱାରା ଦୋକାନୀଙ୍କ ଖୁବ୍ କ୍ଷତି ମଧ୍ୟ ହୋଇଛି। ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଅନେକ ଉପଭୋକ୍ତାଙ୍କୁ ଆକର୍ଷିତ କରୁଛି।

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

- Advertisement -


ଦୋକାନର ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଅନୁଯାୟୀ ଷଣ୍ଢଟି ଦୋକାନ ଭିତରକୁ ହଠାତ୍ ଆସି ଏକ ଉଚ୍ଚତା ବିଶିଷ୍ଟ କାଠ କାନ୍ଥକୁ ଡେଇଁ ଭିତରକୁ ପଶି ଆସୁଛି। ପ୍ରଥମେ ଷଣ୍ଢଟି ଆସିବା ମାତ୍ରେ ଜଣେ ବ୍ୟକ୍ତି ସେଠାରୁ ପଳାଉଛନ୍ତି। ମାତ୍ର ଷଣ୍ଢ କାଠ କାନ୍ଥ ଡେଇଁ ଭିତରକୁ ଯିବା ମାତ୍ରେ ଭିତରେ ଥିବା ଦୁଇ ଜଣ କର୍ମଚାରୀ ବାହାରକୁ ବାହାରି ପାରୁ ନାହାଁନ୍ତି। ସେଠାରେ ସୀମିତ ସ୍ଥାନ ଥିବାରୁ ସେମାନେ ବାହାରିବା ସମ୍ଭବ ହେଉ ନାହିଁ। ଷଣ୍ଢ ସେମାନଙ୍କ ରାସ୍ତା ଅଟକାଉଥିବା ଦେଖାଯାଉଛି। ମାତ୍ର ଷଣ୍ଢ ସେଠାରେ ଶାନ୍ତ ଓ ସ୍ଥିର ହୋଇ ଠିଆ ହେଉଛି।

ନିକଟରେ ଥିବା ଲୋକେ ସେଠାରେ ଫସିଥିବା କର୍ମଚାରୀ ଓ ଷଣ୍ଢକୁ ବାହାର କରିବାରେ ପ୍ରୟାସ କରୁଛନ୍ତି। ପରେ ସଭିଁଙ୍କୁ ଉଦ୍ଧାର କରାଯାଇଥିଲା। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories