www.samajalive.in
Tuesday, December 9, 2025
15.1 C
Bhubaneswar

ଏନ୍‍ଡିଏରୁ ଅଲଗା ହେବନି ଏଲ୍‍ଜିପି, ଆସନ ଭାଗବଣ୍ଟା ବିବାଦ ଶେଷ

ନୂଆଦିଲ୍ଲୀ : ବିହାରରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏରୁ ଆଉ ଲୋକ ଜନଶକ୍ତି ପାର୍ଟି (ଏଲ୍‍ଜିପି) ଅଲଗା ହେବନି। ଏଲଜପି ଏନ୍‍ଡିଏରୁ ୨୦୧୯ ଲୋକସଭା ନିର୍ବାଚନ ଲଢିବ। ଶୁକ୍ରବାର ବିଜେପି ପକ୍ଷରୁ ଏହି ସୂଚନା ମିଳିଛି।
ପ୍ରକାଶଯୋଗ୍ୟ ଯେ ଆସନ ଭାଗବଣ୍ଟାକୁ ନେଇ ଏଲ୍‍ଜିପି ଅସନ୍ତୁଷ୍ଟ ଥିଲା। ଫଳରେ ଏଲ୍‍ଜିପି ଅଧ୍ୟକ୍ଷ ରାମବିଳାସ ପାସୱାନ ଏନ୍‍ଡିଏରୁ ସମ୍ପର୍କ ଛିନ୍ନ କରିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। ଏହି ସମୟରେ ବିହାର ବିଜେପିର ପ୍ରଭାରୀ ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଶୁକବ୍ରାର ସଂସଦ ପରିସରରେ ରାମବିଳାସ ପାସୱାନ ଏବଂ ଏଲ୍‍ଜିପି ସଂସଦୀୟ ଦଳ ନେତା ଚିରାଗ ପାସୱାନଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶ ଯେ ପୂର୍ବରୁ ଚିରାଗ ବିହାରରେ ଏଲ୍‍ଜିପି ପାଇଁ ୭ଟି ଲୋକସଭା ଆସନ ଓ ନିଜ ବାପା ରାମବିଳାସଙ୍କ ପାଇଁ ରାଜ୍ୟସଭା ଆସନ ମାଗିଥିଲେ। ଅରୁଣ ଜେଟଲୀଙ୍କ ସହ ଆଲୋଚନା ପରେ ଆସନ ଭାଗବଣ୍ଟାର ସମାଧାନ ହୋଇଥିବା ଜଣାପଡିଛି। ହେଲେ ଏଲ୍‍ଜିପିକୁ କେତେଗୋଟି ଆସନ ମିଳିଛି ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories