www.samajalive.in
Monday, December 15, 2025
15.1 C
Bhubaneswar

ସୁନା ଇଟା ଦେବାକୁ ଅଯୋଧ୍ୟାରେ ପହଞ୍ଚିଲେ ମହିଳା, କିନ୍ତୁ ରାମଲାଲାଙ୍କୁ ଦେଖିବା ପରେ…

ନୂଆଦିଲ୍ଲୀ : ରାମନବମୀ ଅବସରରେ ଧୁମଧାମରେ ସାରା ଦେଶରେ ଭଗବାନ ରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ମଧ୍ୟ ଭବ୍ୟ ପ୍ରସ୍ତୁତି କରାଯାଇଥିଲା । ଏହି ଦିନ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ମଧ୍ୟ କରାଯାଇଥିଲା । ସାମାଜିକ ଗଣମାଧ୍ୟମରେ ଏସମ୍ପର୍କିତ ଅନେକ ଭିଡିଓ ଭାଇରାଲ ହେଉଛି । ତେବେ ଏହି ଦିନ ଏକ ଖାସ୍ ଘଟଣା ଘଟିଥିଲା ଯାହା ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ସୁନାର ଏକ ଇଟା ନେଇ ଦିଲ୍ଲୀରୁ ଅଯୋଧ୍ୟା ଆସିଥିଲେ ପ୍ରଭୁ ରାମଲାଲାଙ୍କୁ ଦେବା ପାଇଁ କିନ୍ତୁ ଘଟିଲା କିଛି ଅଲଗା । ଆସନ୍ତୁ ଜାଣିବା…

 

View this post on Instagram

 

A post shared by Aabhas Agarwal BJP (@aabhasbjp)

- Advertisement -

ଭାଇରାଲ ଭିଡିଓରେ କୁହାଯାଉଛି କି ଜଣେ ମହିଳା ରାମଲାଲାଙ୍କୁ ସୁନା ଇଟା ଦେବାକୁ ଆସିଥିଲେ । କିନ୍ତୁ ସେ ମୂର୍ତ୍ତି ଦେଖି ଭାବବିହ୍ବଳ ହୋଇଗଲେ । ଏହା ପରେ ସେ ଦେବାକୁ ଆଣିଥିବା ସୁନା ଇଟା ତ ଦେଲେ, ତା ସହ ପିନ୍ଧିଥିବା ସବୁ ଗହଣା କାଢି ଦେଇଦେଲେ । ସମସ୍ତେ ମହିଳାଙ୍କ ଏଭଳି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହୁଛନ୍ତି ଯେ ‘ସବୁ ତ ସେହି ପ୍ରଭୁଙ୍କର, ଯେତେ ଦେଲେ ବି କମ୍ ।’

ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

କହିରଖୁଛୁ ରାମ ମନ୍ଦିରକୁ ୨୨ ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା ପରଠୁ ମାସେ ଭିତରେ ପ୍ରାୟ ୨୫ କିଲୋ ସୁନା ଏବଂ ରୂପା ଅଳଙ୍କାର ସମେତ ପ୍ରାୟ ୨୫ କୋଟି ଟଙ୍କା ଦାନ ମିଳିଥିଲା । ମନ୍ଦିର ଟ୍ରଷ୍ଟ ଜଣାଇଥିଲା କି ଏହି ରାଶିରେ ଚେକ୍, ଡ୍ରାଫ୍ଟ, ନଗଦ ଟଙ୍କା ଏବଂ ଦାନ ପେଟିରେ ଜମା ରାଶି ମଧ୍ୟ ସାମିଲ ।

ନେଦରଲାଣ୍ଡ୍‌ସରେ ବିରାଜିବେ ରାମଲାଲା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories