www.samajalive.in
Sunday, December 7, 2025
15.1 C
Bhubaneswar

ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

ସାକ୍ଷିଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମଠ ସାହି ତାଲିମକେନ୍ଦ୍ରରେ ନିର୍ମିତ ପଟ୍ଟଚିତ୍ର ଅଯୋଧ୍ୟା ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ। ତାଲିମକେନ୍ଦ୍ରର ଶିକ୍ଷକ ନୀଳମଣି ଜେନା ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି। ୮ ଫୁଟ ଲମ୍ବ ଓ ୩.୪ ଫୁଟ ଓସାର ବିଶିଷ୍ଟ ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମବୃତ୍ତାନ୍ତ, ପିତୃସତ୍ୟ ପାଳନ, ବନବାସ ଗମନ, ସୀତାହରଣ, ବାନରସେନା ଓ ହନୁମାନଙ୍କ ମିତ୍ରତା, ଲଙ୍କା ବିଜୟ, ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ, ରାମରାଜ୍ୟ ଆଦି ବିଷୟବସ୍ତୁ ସ୍ଥାନିତ ହୋଇଛି ।

ଏହା ସହିତ ଭଗବାନଙ୍କ ଦଶାବତାର କାହାଣୀ, ଭବ୍ୟ ଶ୍ରୀରାମ ମନ୍ଦିର, ଯଜ୍ଞଶାଳା ଓ ପ୍ରତିଷ୍ଠା ଦିବସ ସ୍ଥାନ ପାଇଛି। ଏହାର ପ୍ରସ୍ତୁତି ନିମନ୍ତେ ୩୦ ଦିନ ସମୟ ଲାଗିଛି। ବିଶ୍ୱନାଥ ସେଠୀ ଓ ବିଶ୍ୱରଞ୍ଜନ ଜେନାଙ୍କ ସହଯୋଗରେ ତାଲିମକେନ୍ଦ୍ରର ଛାତ୍ରୀ ରୀତାଞ୍ଜଳି ରାଉତ, ପୁଷ୍ପଲତା ଜେନା, ମାହାଲି ଦାସ, ରଶ୍ମିତା ପରିଡା ଓ ସଂଯୁକ୍ତା ରାଉତରାୟ ପ୍ରମୁଖ ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଥିଲେ। ବିଜେପି ରାଷ୍ଟୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏହି ପଟ୍ଟଚିତ୍ରକୁ ଅଯୋଧ୍ୟା ନେବେ ବୋଲି ଶିକ୍ଷକ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories