www.samajalive.in
Sunday, December 7, 2025
26.1 C
Bhubaneswar

ବରିଭଟା ଗାଁରେ ପହଞ୍ଚିଲା ପ୍ରଶାସନ

କଲ୍ୟାଣସିଂହପୁର :ସନ୍ଧ୍ୟା ହେଲେ ଅନ୍ଧାରି ରାଜୁତି। ମୌଳିକ ଅଧିକାରରୁ ବଞ୍ଚିତ ବରିଭଟା ଗାଁରେ ପହଞ୍ଚିଲା ପ୍ରଶାସନ। ଉକ୍ତ ଖବର ସମାଜ ଖବର କାଗଜରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ବିଡ଼ିଓ ମନୀଷା ଦାସ, ତହସିଲଦାର ରଞ୍ଜନ କୁମାର ମାନସେଠ, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବ୍ଲକର ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପ୍ରମୁଖ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ତ ସମସ୍ୟା ନିର୍ବାଚନ ପରେ ସମାଧାନ କରାଯିବ। ଆମେ ସମସ୍ତେ ନିର୍ବାଚନରେ ମତଦାନ କରିବା ବୋଲି ପ୍ରଶାସନିକ ଅଧିକାରୀ ମାନେ ବୁଝାଇ ଥିଲେ।
ପ୍ରକାଶ ଥାଉ କି ବିଜୁଳି ଆଲୁଅ ଭଳି ମୌଳିକ ସୁବିଧାରୁ ବଞ୍ଚିତ କଲ୍ୟାଣସିଂହପୁର ବ୍ଳକ ସିଙ୍ଗାରି ପଞ୍ଚାୟତର ବରିଭଟା ଗାଁ, ଅନେକ ଗାଁ। ଗାଁରେ କେବଳ ବିଜୁଳି ଆଲୁଅ ନୁହେଁ ଯିବା ଆସିବା ପାଇଁ ପକ୍କା ରାସ୍ତାଟିଏ ନାହିଁ। ବର୍ଷା ଦିନରେ ଅନେକ ଦୁର୍ଦଶା ଭୋଗୁଛନ୍ତି ଗାଁ ଲୋକେ। ସାମାନ୍ୟ ଅସୁସ୍ଥତା ହେଉ କି ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା। ଗାଁରେ ଏକମାତ୍ର ସୌର ଚାଳିତ ନଳକୂପ ଅଚଳ ହୋଇ ଏକ ମାସ ବିତିଗଲାଣି। ଗାଁକୁ ରାସ୍ତା ନଥିବାରୁ ଗାଁକୁ ପହଞ୍ଚି ପାରୁନାହିଁ ବିକାଶ ବୋଲି ଗ୍ରାମର କୁନାକା ସନ୍ଦେରା,ସୀତାନୁ କରସିକା, କୁନାକା ରାଣୀମା, କୁନାକା ସାଜେ, ରାଇସିଙ୍ଗ କରସିକା ଅଭିଯୋଗ କରିଛନ୍ତି।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories