www.samajalive.in
Saturday, December 6, 2025
14.1 C
Bhubaneswar

ରାଇସ ମିଲ୍‌ରେ ଚାଉଳ ଟ୍ରକ୍‌କୁ ଅଟକ ପ୍ରସଙ୍ଗ; ଅତିିରିକ୍ତ ଯୋଗାଣ ଅଧିକାରୀ କଲେ ତଦନ୍ତ

କଲ୍ୟାଣସିଂହପୁର : ଅକ୍ଟୋବର ୯ତାରିଖ ରାତ୍ର ସମୟରେ କଲ୍ୟାଣସିଂହପୁର ସଦର ଠାରେ ଥିବା ଶ୍ରୀ ସାଇ ଗଣପତି ଗାୟତ୍ରୀ ମିଲକୁ ଏକ ଟ୍ରକ ଯୋଗେ ୨୯୫ ବସ୍ତା ଚାଉଳ ବସ୍ତା ଅନଲୋଡିଂ କରାଯାଉଥିବା ବେଳେ ଚାଉଳ ଚୋରା ଚାଲାଣ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ସେଠାରେ ପଂହଚିଥିଲେ। ପରେ ମିଲ ପରିଚାଳନା କରୁଥିବା ଜି.ସନ୍ଦୀପ କୁମାରଙ୍କ ସହ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲା ଯୋଗାଣ ଅଧିକାରୀ ଏହାର ତଦନ୍ତ ପାଇଁ ରାୟଗଡ଼ା ସଦର ଅତିରିକ୍ତ ଯୋଗାଣ ଅଧିକାରୀ ସୁହାଂଶୁ ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..

- Advertisement -

ଗୁରୁବାର ଅକ୍ଟୋବର ୧୭ ତାରିଖରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଭୋଇଙ୍କ ସମେତ କଲ୍ୟାଣସିଂହପୁର ବ୍ଳକ ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, ରାୟଗଡ଼ା ବ୍ଳକ ଯୋଗାଣ ନିରୀକ୍ଷକ ଚୈବନ ବେହେରାଙ୍କ ଉପସ୍ଥିତରେ ଚାଉଳ ଚୋରା ଚାଲାଣ ବିଷୟରେ ତଦାରଖ କରିଥିଲେ। ଏହି ସମୟରେ ସନ୍ଦୀପ ଗତ ୮ତାରିଖରେ ନୂଆଗାଁର ସତ୍ୟନାରାୟଣ ରାଇସ ମିଲକୁ ନିଜ ନିଜ ମଲରୁ କଷ୍ଟମ ମିଲିଙ୍ଗ ବେଳେ ବାହାରିଥିବା ୨୯୦ବସ୍ତା (୧୪୫କ୍ୱିଂଟାଲ), ଖୁଦ କ୍ୱିଂଟାଲ ପିଛା ୨୫୫୦ଟଙ୍କାରେ ବିକ୍ରି କରିଥିଲେ ।
ତେବେ ଖୁଦଗୁଡିକ ସଠିକ୍ ମାନର ନ ଥିବାରୁ ନୂଆଗାଁର ରାଇସ ମିଲ୍ ମାଲିକ ଗ୍ରହଣ ନ କରିବାରୁ ପୁଣି ଥରେ ଉକ୍ତ ଟ୍ରକଟି ମିଲକୁ ଫେରାଇ ଆଣିବାକୁ ଟ୍ରକ ଡ୍ରାଇଭରକୁ ସନ୍ଦୀପ କହିଥିଲେ। ପରେ ୯ତାରିଖରେ ଟ୍ରକଟି ପଂହଚି ମିଲରେ ଅନଲୋଡିଂ କରୁଥିବା ବେଳେ ଚୋରା ଚାଲାଣ ଖବର ପାଇ ଗ୍ରାମବାସୀ ପଂହଚି ପାଟିତୁଣ୍ଡ କରିଥିଲେ ବୋଲି ସନ୍ଦୀପ କହିଥିଲେ। ତା’ପର ଦିନ ଉକ୍ତ ଖୁଦ ଗୁଡିକୁ କ୍ୱିଂଟାଲ ପିଛା ୨୪୦୦ ଟଙ୍କାରେ ଗୁଣପୁରର ସତ୍ୟ ରାଇସ ମିଲକୁ ସେ ବିିକ୍ରି କରିଥିଲେ ବୋଲି ତଦାରଖ ଟିମ୍ ସମ୍ମୁଖରେ ଲିଖିତ ଭାବେ ଜଣାଇଛନ୍ତି। ତଦାରଖ ଟିମ୍ ମଧ୍ୟ ମିଲରେ ଥିବା ଚାଉଳ ବସ୍ତା ସମେତ ଅନ୍ୟାନ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ଫେରିଥିବା ବେଳେ ଟ୍ରକ ଏବଂ ୨୯୦ ବସ୍ତା ଖୁଦ ବିକ୍ରି ବିଷୟରେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories