www.samajalive.in
Saturday, December 6, 2025
26.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ କୁଡ଼ୁମାଲି ପାଠ୍ୟକ୍ରମ ଓ ଗବେଷଣା କେନ୍ଦ୍ର ଖୋଲିବାକୁ ଦାବି

ପାଟଣା: ୨୦୨୩ ମସିହା ଫେବୃଆରୀ ୧୧ରେ ନୂତନ ଭାବେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟରେ କୁଡୁମାଲି ପାଠ୍ୟକ୍ରମ ଓ ଗବେଷଣା କେନ୍ଦ୍ର ଖୋଲିବାକୁ ଦାବି ହୋଇଛି। ଓଡ଼ିଶା କୁଡ଼ୁମି ସେନା ପକ୍ଷରୁ ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ୍ ମହାନ୍ତଙ୍କ ନେତୃତ୍ବରେ କୁଡୁମାଲି ଗବେଷଣା କେନ୍ଦ୍ର ଖୋଲିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି। କୁଡୁମାଲି ଭାଷା ଏକ ଆଞ୍ଚଳିକ ଭାଷା। ଏହା ସାଧାରଣତଃ କୁଡୁମୀ ସଂପ୍ରଦାୟର ଲୋକମାନେ କହିଥା’ନ୍ତି। ଓଡ଼ିଶାରେ ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ସହ ଅନ୍ୟାନ୍ୟ ଜିଲାମାନଙ୍କରେ ଏହି ସଂପ୍ରଦାୟ ବସବାସ କରୁଥିବାର ଦେଖାଯାଏ। ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଏହି ଭାଷା ଲୋପ ହେବାକୁ ବସିଲାଣି, ତେଣୁ ଏହି ଭାଷାର ବିକାଶ ଏବଂ ଊଦ୍ଧାର ନିମନ୍ତେ କୁଡ଼ୁମି ସେନା ଶନିବାର ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଭାଷା ଅନ୍ୟ ରାଜ୍ୟ ଝାଡ଼ଖଣ୍ଡରେ ରାଞ୍ଚି ବିଶ୍ବବିଦ୍ୟାଳୟ ରାଞ୍ଚି, କୋଲାନ ବିଶ୍ବବିଦ୍ୟାଳୟ ଚାଇବାସା, ଡଃ ଶ୍ୟାମପ୍ରସାଦ ବିଶ୍ବବିଦ୍ୟାଳୟ ରାଞ୍ଚି, ବିନୋଦ ବିହାରୀ ବିଶ୍ବବିଦ୍ୟାଳୟ ଧାନବାଦ, ବିନୋବା ଭାବେ ବିଶ୍ବବିଦ୍ୟାଳୟ ହଜାରୀବାଗ ଏବଂ ପଞ୍ଚିମବଙ୍ଗ ସିନ୍ଧୁକାନୁ ବିଶ୍ବବିଦ୍ୟାଳୟ ପୁରୁଲିଆ ଓ ସାଧୁ ରାମଚାନ୍ଦ୍ ମୁର୍ମୁ ବିଶ୍ବବିଦ୍ୟାଳୟରେ କୁଡୁମାଲି ଡିପ୍ଲୋମା, ମାଷ୍ଟର ଡିଗ୍ରୀ ସହିତ କୁଡୁମାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଯଦି ଓଡ଼ିଶାରେ କୁଡୁମି ବହୁଳ ଜିଲା କେନ୍ଦୁଝର, ମୟୂରଭଞ୍ଜରେ କୁଡୁମାଲିର ଗବେଷଣା ଖୋଲାଗଲେ ଓଡ଼ିଶାରେ ରହୁଥିବା ୨୫ ଲକ୍ଷରୁ ଅଧିକ କୁଡ଼ୁମି ନିଜ ଭାଷା ପଢ଼ିବାର ସୁଯୋଗ ପାଇପାରନ୍ତେ ବୋଲି ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ମତପ୍ରକାଶ କରିଛନ୍ତି। ଦାବି ଉପସ୍ଥାପନରେ ସହଯୋଗ କରିଥିଲେ କେନ୍ଦୁଝର ସଦର ସଭାପତି ରଘୁବର ମହାନ୍ତ, ସମ୍ପାଦକ ତ୍ରିନାଥ ମହାନ୍ତ, ପୂର୍ବତନ ଛାତ୍ର ସଭାପତି ହେମନ୍ତ ମହାନ୍ତ, ବିଶ୍ବବିଦ୍ୟାଳୟ ଛାତ୍ର ଅଭୟ ମହାନ୍ତ, ସମ୍ବିତ ମହାନ୍ତ, ସୁଶ୍ରୀ ଲୀଳାବତୀ ମହାନ୍ତ, ଦିପାଞ୍ଜଳୀ ମହାନ୍ତ, ନମିତା ମହାନ୍ତ ଓ କୁଡୁମି ଛାତ୍ର ସଂଗଠନ ସହଯୋଗ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories