www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ନାକୁୁ ଆସିଲା ‘ଜାଟ୍‌‌’ର ପୋଷ୍ଟର; ଦମଦାର ଲୁକରେ ନଜର ଆସିଲେ ସନ୍ନି

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଷ୍ଟାର ସନ୍ନି ଦେଓଲଙ୍କ ଆଜି ଜନ୍ମଦିନ। ପ୍ରଶଂସକ ଓ ନିଜର ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ସନ୍ନି ବଡ ଉପହାର ଦେଇଛନ୍ତି। ନିଜର ଅପକମିଂ ଫିଲ୍ମ ‘ଜାଟ୍‌‌’ର ପୋଷ୍ଟର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଲିଜ କରିଛନ୍ତି ସନ୍ନି। ପୋଷ୍ଟରରେ ସନ୍ନି ଦେଓଲ ଦମଦାର ଲୁକରେ ନଜର ଆସିଛନ୍ତି। ପୂର୍ବରୁ ‘ଗଦର’ ଫିଲ୍ମରେ ଟିୱେଲ୍‌‌ ଉପାଡି ମାରପିଟ କରୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ‘ଜାଟ୍‌‌’ ଫିଲ୍ମରେ ସେ ପଙ୍ଖା ଉପାଡିବାର ଦୃଶ୍ୟ ଦେଖିବାକୁ ମିଳିବ। ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ସନ୍ନି ପ୍ରବଳ ରାଗି ଥିବା ବେଳେ ତାଙ୍କ ହାତରେ ଏକ ବଡ ସିଲିଂ ଫ୍ୟାନ୍‌‌ ରହିଛି। ଲାଗୁଛି ଯେମିତି ସେ କାହାକୁ ମାରିବା ପାଇଁ ଏହି ଫ୍ୟାନ୍‌‌ କୁ ଉପାଡି ଆଣିଛନ୍ତି। ଏହା ଫିଲ୍ମର ଏକ ଦମଦାର ଦୃଶ୍ୟ ହୋଇପାରେ। ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ପ୍ରଶଂସକମାନେ ଏହାକୁ ଦେଖି କହିଛନ୍ତି ଯେ ସନ୍ନିଙ୍କୁ ପୁଣି ଥରେ ଆକ୍ସନ ଭୂମିକାରେ ଦେଖିବାକୁ ମିଳିବ। ୨୦୨୫ ସାଧାରଣତନ୍ତ୍ର ଦିବସ ଅବସରରେ ଫିଲ୍ମଟି ରିଲିଜ ହେବାର ଅଛି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଆଶା କରାଯାଉଛି।

 

View this post on Instagram

 

A post shared by Sunny Deol (@iamsunnydeol)

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories