BJD Bijuli 480×75 Mob

ଗୋପାଳପୁରରେ ବିଜେପି ପକ୍ଷରୁ ଯୁବ ଓ ମହିଳା ଜାଗରଣ ସମାବେଶ

ଲୁହାଝର ସରପଞ୍ଚ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ

BJD Bijuli 480×75 Mob

ଗୋପାଳପୁର: ଲାଞ୍ଜୀପଲ୍ଲୀ ସ୍ଥିତ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ୟ୍ୟାଳୟ ଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯୁବ ଏବଂ ମହିଳା ଜାଗରଣ ସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଗୋପାଳପୁର ବିଧନସଭା ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେଡି ଜିଲ୍ଲା ଉପ ସଭାପତି ଉଜ୍ଜ୍ଵଳ ପାଢ଼ୀ, ପୂର୍ବତନ ଗଞ୍ଜୁ ସରପଞ୍ଚ ତଥା ପୂର୍ବତନ ୫୪ ନଂ ଜୋନ ଜିଲ୍ଲାପରିଷଦ ଲଡୁ ଦାସ, ପୂର୍ବତନ କନିସି ସରପଞ୍ଚ କାଳୀଚରଣ ପାତ୍ର, ଗୋପାଳପୁରର ଝୁନୁ ମହାରଣା, କୃପାସିନ୍ଧୁ ପାଢ଼ୀ, ଲୁହାଝର ସରପଞ୍ଚ ପି କମଳା ରେଡ୍ଡୀ, ଲୁହାଝର ପୂର୍ବତନ ସରପଞ୍ଚ କେଶବ ପାତ୍ର, ବିଦେଶୀ ସେଠୀ, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନାୟକ, ଲୁହାଝର ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର, ସିନ୍ଧି ଗାଁ ପୂର୍ବତନ ନାଇଡୁ ଏନ ରାଜେୟା ରେଡ୍ଡୀ, ବାଦପୁର ର ପ୍ରମୋଦ ସାହୁ, ବନି ସାହୁ, ଶିତଲାପଲ୍ଲୀ ର ରାଜେନ୍ଦ୍ର ସେଠୀ, ସୁଶାନ୍ତ ମହାରଣା, ବାହାଦୁର ପେଟା ର ଜଗନ୍ନାଥ ରେଡ୍ଡୀ, ଅମିତ୍, ସନ୍ତୋଷ ବେହେରା, ମୁନା ସାହୁ, ସନ୍ତୋଷ ଗୌଡ଼ ପ୍ରମୁଖ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ଉପସ୍ଥିତ ରହିଥିବା ପ୍ରଦୀପ ପାଣିଗ୍ରାହୀ ଓ ଶ୍ରୀ ଜେନା ରାଜ୍ୟରେ ଚାଲିଥିବା ତାନାସାହି ଶାସନକୁ ଉପାଡ଼ି ଫୋଫାଡି ବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।

Comments are closed.