www.samajalive.in
Tuesday, December 9, 2025
19.1 C
Bhubaneswar

ସହିଦ କରୁଣାକର ସିଂହ ନାୟକଙ୍କ ଆତ୍ମଉତ୍ସର୍ଗ ଦିବସ : ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଶୁକ୍ରବାରଠାରୁ ୩ଦିନ ଧରି ଝାରସୁଗୁଡା ଜିଲାର କୂଳବିରା ଠାରେ ସହିଦ କରୁଣାକର ସିଂହ ନାୟକଙ୍କ ଆତ୍ମଉତ୍ସର୍ଗ ଦିବସ ପାଳନ କରାଯିବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏନେଇ କୂଳବିରା ଠାରେ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଟେଣ୍ଟ ନିର୍ମାଣ ଓ ହେଲିପ୍ୟାଡର ନିର୍ମାଣ କାର୍ୟ୍ୟ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ଏସ.ପି. ଅଶ୍ବିନୀ ମହାନ୍ତ, ଏ.ଏସ.ପି ପ୍ରମୋଦ ପଟେଲଙ୍କ ସହ ଝାରସୁଗୁଡା ଏସଡିପିଓ କୈଳାଶ ଆଚାର୍ୟ୍ୟ ସଭାସ୍ଥଳ ପରିଦର୍ଶନ କରିଛନ୍ତି। କରୁଣାକର ସହିଦ ସ୍ମୃତି କମିଟି, ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ଓ ମିଳିତ ସମାଜ ଆନୁକୂଲ୍ୟରେ ଏହି ସହିଦ ଦିବସ ପାଳନ କରିବା ସହିତ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିପାଇଁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟତମ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରଭାସ ସିଂ, ଗୋଣ୍ଡୱାନା ଗୋଣ୍ଡ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ନାୟକ ଏବଂ ପୂର୍ବତନ ସାଂସଦ ରବି ପାଣି ପ୍ରମୁଖ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories