www.samajalive.in
Sunday, December 7, 2025
23.1 C
Bhubaneswar

ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ୍‍ ପାରିତ

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଉପଭୋକ୍ତା ସୁରକ୍ଷା ବିଧେୟକ (ବିଲ୍‍) ପାରିତ ହୋଇଛି। ତେବେ ତିନି ତଲାକ୍‍ ବିଲ୍‍ ନେଇ ଡିସେମ୍ବର ୨୭ରେ ଆଲୋଚନା କରାଯିବ ବୋଲି ମିଳିତ ନିଷ୍ପତ୍ତି ନିଆଯାଇଛି।
ଉପୋଭକ୍ତା ସୁରକ୍ଷା ଆଇନ ୧୯୮୬ରେ ସଂଶୋଧନ କରାଯାଇ ଉପଭୋକ୍ତା ସୁରକ୍ଷା ବିଲ୍‍ ୨୦୧୮ ଅଣାଯାଇଛି। ଏହି ବିଧେୟକ ଅନୁସାରେ ସେବାରେ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁରକ୍ଷା ମିଳିବ। ଏନେଇ ରହିଥିବା ସେମାନଙ୍କ ଅଭିଯୋଗର ପ୍ରତିକାର କରାଯିବ। ଉପଭୋକ୍ତାଙ୍କ ଅଭିଯୋଗର ଶୁଣାଣି ପାଇଁ ଜାତୀୟ, ରାଜ୍ୟ ଏବଂ ଜିଲାସ୍ତରରେ ଉପଭୋକ୍ତା ବିବାଦ ପ୍ରତିକାର କମିଶନ ପ୍ରତିଷ୍ଠା କରାଯିବ। ଜିଲା ଏବଂ ରାଜ୍ୟସ୍ତରର କମିଶନ ପରେ ଉପଭୋକ୍ତାଏବଂ ସେବା ପ୍ରଦାନକାରୀ କମ୍ପାନୀ ଜାତୀୟସ୍ତରର କମିଶନଙ୍କ ନିକଟରେ ଆବେଦନ କରିପାରିବେ। ଜାତୀୟସ୍ତରରେ ସମାଧନ ନହେଲେ ଦଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ଆବେଦନ କରିହେବ। ବିଧେୟକ ଅନୁସାରେ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରାଯିବ। ଏହି ସମସ୍ତ କମିଶନ ଏବଂ ପ୍ରାଧିକରଣ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା କରିବ। ଯଦି କୌଣସି ଦ୍ରବ୍ୟରେ ତ୍ରୁଟି ପାଇଁ ଉପଭୋକ୍ତାଙ୍କ କୌଣସି ପ୍ରକାର କ୍ଷତି ହେଲେ ସେ ଏହି କମିଶନରେ ଆବେଦନ କରିପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories