www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରାଫିକ ନିୟମ ନମାନି ଗଣିଲେ ୧ ଲକ୍ଷ ଜରିମାନା..

ନୂଆଦିଲ୍ଲୀ: ମହିଳାଙ୍କୁ ୧ ଲକ୍ଷ ୩୬ ହଜାର ଜୋରିମାନା ସହ ଗାଡ଼ି ଜବତ କଲା ଟ୍ରାଫିକ ବିଭାଗ । ବେଙ୍ଗାଲୁରୁର ଜଣେ ମହିଳା କ୍ରମାଗତ ଭାବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ସେଠାକାର ଟ୍ରାଫିକ ବିଭାଗ ତାଙ୍କ ଉପରେ ୧ ଲକ୍ଷ ୩୬ ହଜାର ଟଙ୍କାର ଜୋରିମାନା କରିବା ସହ ତାଙ୍କର ଦୁଇଚକିଆ ଗାଡ଼ିକୁ ଜବତ କରିଛି। ଟ୍ରାଫିକ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମହିଳା ଜଣକ ଶତାଧିକ ବାର ନିୟମ ଭଙ୍ଗ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏଥିରେ ବିନା ହେଲମେଟରେ ଗାଡ଼ି ଚାଳନା, ଦୁଇଚକିଆ ଯାନରେ ୩ଜଣ ବସି ଯାତ୍ରା କରିବା, ଟ୍ରାଫିକ ସିଗନାଲକୁ ଭଙ୍ଗ କରିବା ସହ ଅନ୍ୟାନ୍ୟ ନିୟମ ଏକାଧିକ ବାର ଭଙ୍ଗ କରିଥିଲେ ସଂପୃକ୍ତ ମହିଳା। ସିସିଟିିଭି ଫୁଟେଜରୁ ଗାଡ଼ିର ନମ୍ବର ଆଧାରରେ ପୁଲିସ ମହିଳା ଜଣକଙ୍କ ପରିଚୟ ପାଇଥିଲା। ତାଙ୍କ ଘରକୁ ଯାଇ ପୁଲିସ ୧ ଲକ୍ଷ ୩୬ ହଜାର ଟଙ୍କାର ଜୋରିମାନା ଚାଲାଣ ଦେଇ ସେ ଚଳାଉଥିବା ଦୁଇଚକିଆ ଯାନକୁ ଜବତ କରିଥିଲା।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories