www.samajalive.in
Tuesday, December 9, 2025
17.1 C
Bhubaneswar

ପଞ୍ଜାବରେ ବିଜେପିକୁ ଲାଗି ପାରେ ଝଟକା ; ସର୍ଭେରେ କଂଗ୍ରେସ-ଆପ୍ ମେଣ୍ଟ ମାରିଲେ ବାଜି..

ନୂଆଦିଲ୍ଲୀ : ପଞ୍ଜାବରେ ଚଳିତ ଥର ଇଣ୍ଡିଆ ମେଣ୍ଟ ବିଜେପିକୁ କଡା ଟକ୍କର ଦେଇପାରେ। ଏକ ସର୍ଭେ ରିପୋର୍ଟରେ ଦାବି କରାଯାଉଛି, ପଞ୍ଜାବରେ ଅଧିକାଂଶ ଆସନରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଜଭୂତ ରହିଛି। ଏହି ସର୍ଭେ ଅନୁଯାୟୀ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇ ମତ ନିଆଯାଇଛି। ଏହି ସର୍ଭେ ଅନୁଯାୟୀ, ପଞ୍ଜାବରେ କଂଗ୍ରେସକୁ ୧୩ ରୁ ୭ଟି ଆସନ ବିଜୟ ହାସଲ ହୋଇପାରେ। ସେହିପରି ଆମ୍ ଆଦମୀ ପାର୍ଟିକୁ ୪ରୁ ୨ଟି ଆସନରେ ବିଜୟ ହାସଲ ହୋଇ ପାରେ।

ଅଜବ ; ପ୍ରକୃତିର ଚମତ୍କାର, ଥିଲା ମରୁଭୂମି ହଠାତ୍ ଚାରି ଆଡ ହେଲା ସବୁଜ ଶ୍ୟାମଳା..

- Advertisement -

ଇଣ୍ଡିଆ ମେଣ୍ଟକୁ ୩୦.୪ ପ୍ରତିଶତ ଓ ଏନଡିଏକୁ ୨୦.୬ ପ୍ରତିଶତ ମତଦାନ ମିଳିପାରେ। ପଞ୍ଜାବର ୧୩ ଲୋକସଭା ଆସନରେ ଜୁନ୍ ୧ରେ ନିର୍ବାଚନ ହେବାକୁ ଯାଉଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ସହଯୋଗୀ ଦଳଙ୍କୁ ୮ଟି ଆସନରେ ବିଜୟ ମିଳିଥିଲା। ବିଜେପିକୁ ୨ଟି ଆସନ ମିଳିଥିଲା। ଆମ୍ ଆଦମୀ ପାର୍ଟିକୁ ଗୋଟିଏ ସିଟ୍ ମିଳିଥିଲା। ଶିରୋମଣି ଅକାଳି ଦଳକୁ ୨ଟି ଆସନ ମିଳିଥିଲା। କଂଗ୍ରେସ ପାର୍ଟି ଆଶାୟୀଙ୍କର ଆଉ ଏକ ତାଲିକା ଘୋଷଣା କରିଛି। ଯେଉଁଥିରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ତାଙ୍କୁ ଜଲନ୍ଧର ଆସନରୁ ଟିକେଟ ଦିଆଯାଇଛି। ସେହିପରି ଚଣ୍ଡିଗଡ ଆସନରେ ଚଳିତ ଥର କଂଗ୍ରେସ ପବନ ବଂଶଲଙ୍କ ସ୍ଥାନରେ ମନୀଷ ତିୱାରୀଙ୍କ ଉପରେ ଭରସା କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories