www.samajalive.in
Saturday, December 6, 2025
14.1 C
Bhubaneswar

ଅଜବ ; ପ୍ରକୃତିର ଚମତ୍କାର, ଥିଲା ମରୁଭୂମି ହଠାତ୍ ଚାରି ଆଡ ହେଲା ସବୁଜ ଶ୍ୟାମଳା..

ନୂଆଦିଲ୍ଲୀ : ସାଉଦି ଆରବର ଏକ ଭିଡିଓ ଗତ କିଛି ଦିନ ହେବ ଖୁବ  ଭାଇରାଲ୍ ହେଉଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡି ଯାଉଛି। ସାଉଦି ଆରବର ଏକ ସ୍ଥାନ ଯାହା ସମ୍ପୂର୍ଣ୍ଣ ମରୁଭୂମି ଥିଲା, ଏଥିପାଇଁ ଏହା ପ୍ରସିଦ୍ଧ ମଧ୍ୟ। ମାତ୍ର ହଠାତ୍ ଏହି ସ୍ଥାନ ଓ ଏହାର ଆଖାପାଖ ଅଞ୍ଚଳରେ ସବୁଜ ଶସ୍ୟ ଶ୍ୟାମଳା ସହ ସବୁଜ ଘାସ ଦେଖାଯାଉଛି। ଭିଡିଓକୁ ଦେଖି ଆପଣ ମଧ୍ୟ ଏହାକୁ ସହଜରେ ବିଶ୍ୱାସ କରିବେ ନାହିଁ।

ଏପ୍ରିଲ ମାସରେ କେଉଁ ରାଶି ହେବେ ମାଲାମାଲ୍ , ଏମାନଙ୍କର ରହିଛି ବିବାହ ଯୋଗ..

- Advertisement -

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି, ସାଉଦି ଆରବର ପାହାଡିଆ ଅଞ୍ଚଳରେ ଯେଉଁଠାରେ ପୂର୍ବରୁ ବାଲି ହିଁ ବାଲି ଥିଲା, ସେଠାରେ ବର୍ତ୍ତମାନ ଅନେକ ପରିମାଣରେ ବୃହତ ଘାସ ଓ ଗଛ ଲତା ଦେଖିବାକୁ ମିଳୁଛି। ଏଠାରେ ଘାସ ଓ ବୃହତ ଗଛଲତା ଦେଖି ଲୋକଙ୍କ ହୋସ୍ ଉଡି ଯାଉଛି। ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ ଏହା କିପରି ସମ୍ଭବ। ଜଣାପଡିଛି ଏହାର କାରଣ ଗତ ବର୍ଷ ସାଉଦି ଆରବରେ ପ୍ରଚୁର ପରିମାଣରେ ବର୍ଷା ହୋଇଥିଲା। ଏହାପରେ ଏପରି ପରିବର୍ତ୍ତନ ହୋଇଛି।

ରାଜଧାନୀରେ ପାଗ; ଏସବୁ ସ୍ଥାନରେ ହେବ ଝଡ ତୋଫାନ, କୁଆପଥର ବର୍ଷା!

ବର୍ଷା ପରେ ଏଠାରେ ସବୁଜ ବାତାବରଣ ଦେଖିବାକୁ ମିଳିଛି। ଏହି ଘଟଣାକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଚିନ୍ତିତ। ଭିଡିଓରେ ଦେଖାଯାଉଛି, ଏହି ସ୍ଥାନରେ ଓଟ ମଧ୍ୟ ଖୁସିରେ ଘାସ ଖାଉଛି। ଏହି ସ୍ଥାନ ପୂର୍ବରୁ ମରୁଭୂମି ଥିଲା ବୋଲି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହି ଭିଡିଓକୁ ଅନେକ ଲୋକେ ପସନ୍ଦ କରିବା ସହ ନିଜର ମନ୍ତବ୍ୟ ଦେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories