www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ପାଗ; ଏସବୁ ସ୍ଥାନରେ ହେବ ଝଡ ତୋଫାନ, କୁଆପଥର ବର୍ଷା!

ନୂଆଦିଲ୍ଲୀ : ଦେଶର ପାହାଡ ଓ ସମତଳ ଅଞ୍ଚଳରେ ପାଗରେ ପରିବର୍ତ୍ତନ ସହ ବର୍ଷା ହେଉଛି। ଇରାନ ଉପରେ ସୃଷ୍ଟି ହୋଇଥିବା ପାଶ୍ଚାତ୍ୟ ବିଶୃଙ୍ଖଳା ପ୍ରଭାବରେ ଉତ୍ତର ପଶ୍ଚିମ ଭାରତର କେତେକ ସ୍ଥାନରେ ପାଗ ଖରାପ ରହିଛି। ରବିବାର ଜମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ଜୋରରେ ପବନ ହେବା ସହ କୁଆପଥର ସହ କିଛି ସ୍ଥାନରେ ହାଲକୁା ଓ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ସୋମବାର ମଧ୍ୟ ଏଭଳି ପାଗ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ସୋସିଆଲ ମିଡିଆରେ ପୋଷ୍ଟରେ କହିଛନ୍ତି, ଉତ୍ତର ପଶ୍ଚିମ ଭାରତରେ ମଧ୍ୟମ ଝଡ ତୋଫାନ, ଜୋରରେ ପବନ, କୁଆପଥର ସହ ବର୍ଷା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହାପରେ କମି ଯିବ। ଏହି ସମୟରେ ଦିଲ୍ଲୀ, ଏନସିଆରର କିଛି ସ୍ଥାନରେ ଓ ଏହାର ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଓ ୩୦-୫୦ କିମି ବେଗରେ ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି।

କଲବଲ କରୁଛି ତାତି ; ଜଳୁଛି ରାଜଧାନୀ

- Advertisement -

ପାଣିପାଗ ବିଭାଗର ଅନ୍ୟ ଏକ ପୋଷ୍ଟ ଅନୁସାରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କିଛି ସ୍ଥାନରେ ସୋମବାର କୁଆପଥର ବର୍ଷା ହେବାର ସମ୍ଭାବନା ଜାରି କରିଛି। ସେହିପରି ଏପ୍ରିଲ ୧୬ରେ ପଶ୍ଚିମବଙ୍ଗ କିଛି ସ୍ଥାନ ଓ ସିକ୍କିମରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ୧୮ ଏପ୍ରିଲ ଠାରୁ ମଧ୍ୟ ଉତ୍ତର ପଶ୍ଚିମ ଭାରତରେ ଏକ ସତେଜ ପାଶ୍ଚାତ୍ୟ ବିଶୃଙ୍ଖଳା ସକ୍ରିୟ ହେବାର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ପାହାଡିଆ ଅଞ୍ଚଳରେ ବରଫପାତ ହୋଇପାରେ।

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories