କେରଳ: କେରଳରେ ବିଜେପିର ପ୍ରଚାର ଲାଗି ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏହାପୂର୍ବରୁ ଏକ ବଡ ଅଘଟଣ ଘଟିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ସୁରକ୍ଷା ପାଇଁ ଲାଗିଥିବା ଏକ ରଶିରେ ଫସି ଜଣେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ବଡୁଥାଲାର ମନୋଜ ଉନ୍ନି ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ବିନା କୌଣସି ଚେତାବନୀରେ ରାସ୍ତାରେ ରଶି ବନ୍ଧା ଯାଇଥିଲା। ରାତି ହୋଇଥିବାରୁ ଦେଖିବା ସମ୍ଭବ ନଥିଲା। ତେବେ ଦୁର୍ଘଟଣା ଘଟିବା ପରେ ମନୋଜଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



