ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ଜଣ ଅବସରପ୍ରାପ୍ତ ବିଚାରପତି। ନ୍ୟାୟପାଳିକା ଉପରେ ଅନୁଚିତ ଚାପ ପକାଇକୁ ଉଦ୍ୟମ କରାଯାଉଥିବା ଚିଠିରେ ସେମାନେ ଅଭିଯୋଗ କରିଛନ୍ତି। ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜନୈତିକ ସ୍ୱାର୍ଥ ଓ ବ୍ୟକ୍ତିଗି ଲାଭ ପାଇଁ କିଛି ତତ୍ତ୍ୱ ନ୍ୟାୟିକ ବ୍ୟବସ୍ଥା ପ୍ରଣାଳୀରେ ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିଦଇଥାଏ।
ସୂଚନା ଅନୁଯାୟୀ ନ୍ୟାୟପାଳିକା ମଧ୍ୟରେ ଦୀର୍ଘ ବର୍ଷର ସେବା ଏବଂ ଅଭିଜ୍ଞତା ଉପରେ ଆଧାର କରି ନ୍ୟାୟିକ ବ୍ୟବସ୍ଥା ସମ୍ବନ୍ଧରେ ଚିନ୍ତା ପ୍ରକଟ କରି ବିଚାରପତିମାନେ ଏଭଳି ଚିଠି ଲେଖିଛନ୍ତି। କିଛି ଗୋଷ୍ଠୀ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ସେମାନେ କହିଛନ୍ତି। ଏହାସହିତ ନ୍ୟାୟାଳୟ ଏବଂ ବିଚାରପତିମାନଙ୍କର ଅଖଣ୍ଡତା ଉପରେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି।
ସିଜେଆଇଙ୍କୁ ଚିଠି ଲେଖିଲେ ୨୧ଜଣ ଅବସରପ୍ରାପ୍ତ ବିଚାରପତି
Popular Categories



