www.samajalive.in
Sunday, December 7, 2025
26.1 C
Bhubaneswar

ପରଦାରେ ପୁଣି ଶାହରୁଖ-କାଜଲ

ବଲିଉଡର ଅନ୍ୟତମ ଚର୍ଚ୍ଚିତ ଲୋକପ୍ରିୟ ଯୋଡ଼ି ଭାବେ ଶାହରୁଖ୍ ଖାନ-କାଜଲ ଜଣାଯାନ୍ତି। ‘ଅନ୍-ସ୍କ୍ରିନ୍ କପଲ୍’ ଭାବେ ଏ ଦୁଇ ତାରକାଙ୍କୁ ୭୭%ରୁ ଅଧିକ ଦର୍ଶକ ପସନ୍ଦ କରିଥିବାର ସର୍ବେକ୍ଷଣରୁ ପ୍ରକାଶ। ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ବାଜିଗର’, ‘ମାଇଁ ନେମ୍ ଇଜ୍ ଖାନ୍’, ‘କଭି ଖୁସି କଭି ଗମ୍’ ଆଦି ଚଳଚ୍ଚିତ୍ରରେ ଦୁହେଁ ସାଥି ହୋଇ କାମ କରିଛନ୍ତି। ଦୁହେଁ ଶେଷ ଥର ଏକତ୍ର ‘ଦିଲୱାଲେ’ରେ କାମ କରିଥିଲେ। ଯଦିଓ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ସଫଳତା ପାଇନଥିଲା, କିନ୍ତୁ ଏଇ ଯୋଡ଼ିକୁ ପସନ୍ଦ କରାଯାଇଥିଲା। ମିଳିଥିବା ଖବର ଅନୁସାରେ, ଦୁହେଁ ପୁନଃ ଏକତ୍ର କାମ କରିବାକୁ ଯାଉଛନ୍ତି। ସୁପରହିଟ୍ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍’ର ଦ୍ବିତୀୟ ଭାଗରେ ଶାହରୁଖ୍-କାଜଲ୍ କାମ କରିପାରନ୍ତି। ପ୍ରଥମ ଭାଗରେ ଇରଫାନ୍‌ ଖାନ୍‌ଙ୍କ ଜବରଦସ୍ତ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ଦ୍ବିତୀୟ ଭାଗରେ ମଧ୍ୟ ଇରଫାନ୍ ଦେଖାଦେବେ। ଆମେରିକାରେ ଏହି ଚଳଚ୍ଚିତ୍ର ସୁଟିଂ ହେବ। ଚଳଚ୍ଚିତ୍ରର ପ୍ରଯୋଜକ ଦିନେଶ ଭିଜନ୍ ଏହା ସ୍ପଷ୍ଟ କରିଛନ୍ତି। ହୋମି ଅଦଜାନିୟା ଦ୍ବିତୀୟ ଭାଗର ନିର୍ଦେଶନା ଦେବା ସହ ଶାହରୁଖ୍-କାଜଲ ଦୁହେଁ କାହାଣୀ ଶୁଣି ସବୁଜ ସଙ୍କେତ ଦେଇସାରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories