www.samajalive.in
Sunday, December 7, 2025
26.1 C
Bhubaneswar

ଢୋଲ ମହୁରୀ ସାଙ୍ଗକୁ ଝାଞ୍ଜରେ କମ୍ପୁଛି ପରିବେଶ

ଫୁଲବାଣୀ: ଚୈତ୍ର ମାସରେ ନିଆରା ପୂଜା। ଢୋଲ, ମହୁରି ଆଉ ଝାଞ୍ଜରେ କମ୍ପୁଛି ପରିବେଶ। ସବୁଠି ନଜରକୁ ଆସୁଛନ୍ତି ମାନସିକଧାରି ଦଣ୍ଡୁଆ ମାନେ। ନିଜର ମନସ୍କାମନା ପୁରଣ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ। ଦଣ୍ଡ ଯାତ୍ରାରେ ମାଆ ରୁଦ୍ରକାଳୀଙ୍କ ଶରଣାପନ୍ନ ହୋଇଛନ୍ତି ଶ୍ରଦ୍ଧାଳୁ ମାନସିକଧାରୀ। ଏମାନେ ୧୬ ପ୍ରକାରର ଦଣ୍ଡ ଭୋଗି ମା’ଙ୍କ ସେବା କରିଥାନ୍ତି। ଏପରିକି ଦଣ୍ଡୁଆ ମାନେ ପୂରା ନିଷ୍ଠାର ସହ ରହିଥାନ୍ତି। ଦିନ ସାରା ଉପବାସ ରହୁଥିବା ଦଣ୍ଡୁଆ ମାନେ ଖରାବେଳର ଧୁଳି ଦଣ୍ଡ ସରିବା ପରେ ସନ୍ଧ୍ୟା ସମୟରେ ଜଳ ତୁଠରେ ସାମାନ୍ୟ ପଣା ପାନ କରିଥାନ୍ତି। ପରେ ସନ୍ଧ୍ୟା ଆଳତି ପରେ ରାତ୍ର ଭୋଜନର ବ୍ୟବସ୍ଥା ହୋଇଥାଏ।

ରାତ୍ର ପ୍ରାୟ ୧୨ ପରେ ଅଫୁଟା,ଅବଟା ଓ ଅକଟା ନିତିରେ ପ୍ରସ୍ତୁତ କରାଯାଇଥିବା ଅନ୍ନକୁ ଖାଇଥାନ୍ତି। ତାହା ପୁଣି ଅତ୍ୟନ୍ତ ନିଷ୍ଠାର ସହ ତା ପରଦିନ ରାତି ପର୍ୟ୍ୟନ୍ତ। ସବୁଠୁୁ ବଡ କଥା ହେଲା ଏହି ଦଣ୍ଡୁଆ ମାନେ ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ଗଲେ ଚୈତ୍ରମାସର ଟାଣ ଖରାରେ ଖାଲିପାଦରେ ଯାଇଥାନ୍ତି। ଦିନ ସାରା ନିଷ୍ଠାର ସହ ରହିଥାନ୍ତି। ରାତ୍ର ଭୋଜନ ପରେ ଅଗ୍ନି ଦଣ୍ଡ ଆମ୍ଭହୁଏ। ଝୁଣା ବ୍ୟବହାର କରି ଅଗ୍ନିରେ ବିଭିନ୍ନ ଦୃଶ୍ୟ ସବୁ ଦେଖାଯାଏ । ଗାଁ ଗାଁ ଚହଳ ସୃଷ୍ଟି କରୁଥିବା ଦଣ୍ଡ ଯାତ୍ରାର ଶନିବାର ମାସନ୍ତ ମେରୁ। ଦୀର୍ଘ ୧୩ ଦିନ ଧରି ମାଆ ବିଭିନ୍ନ ଗ୍ରାମ ଭ୍ରମଣ କରିବା ପରେ ଆଜି ନିଜ ସ୍ଥାନକୁ ଫେରିଥାନ୍ତି। ସେଠାରେ ପ୍ରତିଦିନ ଭଳି ମଧ୍ୟ ମାଆଙ୍କର ସମସ୍ତ ନିତିକାନ୍ତି ଶେଷ ହେବା ପରେ ମେରୁ ମଣ୍ଡପରେ ମେରୁ ଉକୁଚା ଯାଇଥାଏ। ତଳେ ଗୋଟିଏ ଅଗ୍ନି କୁଣ୍ଡରେ ଅଗ୍ନି ଜାଳି ତାରି ଉପରେ ପାଟ ଦଣ୍ଡୁଆକୁ ଗୋଟିଏ କାଠ ଉପରେ ମୁଣ୍ଡ ତଳକୁ କାରି ଲଟକା ଯାଇଥାଏ। ଯାହାକୁ ଦେଖିବା ପାଇ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଦଣ୍ଡଯାତ୍ରାର ବର୍ଷ ବର୍ଷର ପରମ୍ପରା ଚାଲିଆସୁଥିବାବେଳେ ମାନସିକଧାରୀଙ୍କ ସହ ଶହଶହ ଶ୍ରଦ୍ଧାଳୁଙ୍କ ଲାଗିଥାଏ ଗହଳି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories