www.samajalive.in
Sunday, December 7, 2025
23.1 C
Bhubaneswar

ହାଇୱା ଚାପାରେ ଜଣେ ମୃତ

ଭବାନୀପାଟଣା: ଜୁନାଗଡ଼ ଥାନା ବଳଦିଆ ମାଲ ଛକରେ ଏକ ବାଲି ବୋଝେଇ ହାଇୱା ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ବଳଦିଆମାଲ ଗାଁର ସହଦେବ ନାଏକ (୩୫) ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ ଟା ବେଳେ ସହଦେବ ଏକ ସାଇକେଲ ରେ ଆସୁଥିବା ବେଳେ ଓଡିଇ୧୫୧୨ ନମ୍ୱର୍ ବୋଲେରୋ ଡ୍ରାଇଭର ହଠାତ୍ ଗେଟ ଖୋଲି ଦେଇଥିଲେ। ଫଳରେ ସହଦେବ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

- Advertisement -

ସେହି ସମୟରେ ବାଲି ବୋଝେଇ ଓଡି ୦୫ ଏଫ ୪୮୪୮ ନମ୍ୱର୍ ହାଇୱା ଚକ ତଳେ ପଡି ସହଦେବଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି। ଫଳରେ ୨୬ ନମ୍ୱର୍ ଜାତୀୟ ରାଜପଥର ଭବାନିପାଟଣା ରୁ ଜୟପୁର ଏବଂ ଧର୍ମଗଡ କୁ ଯାତାୟାତ ବାଧାପ୍ରାପ୍ତ ହେଇଛି। ଜୁନାଗଡ଼ ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories