ରିଜର୍ଭ ବ୍ୟାଙ୍କ ଉପଯୁକ୍ତ ଅଡିଟିଂ କରୁ ନାହିଁ

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବିି) ମହାଠକେଇ ଉପରେ ଶେଷରେ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି)ଙ୍କ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଏହା ଉପରେ ମତ ରଖି କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ କେ.ଭି. ଚୌଧାରୀ କହିଛନ୍ତି ଯେ, ପିଏନ୍‍ବିରେ ୧୩,୦୦୦ କୋଟି ଟଙ୍କାର ର୍ଦୁନୀତି ସଂଘଟିତ ହେବା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ଉପଯୁକ୍ତ ଭାବେ ଆକାଉଣ୍ଟର ଅଡିଟିଂ କରିନାହିଁ। ସେଥିପାଇଁ ପିଏନ୍‍ବିରେ ଏଭଳି ଏକ ମହାଠକେଇ ସଂଘଟିିତ ହୋଇଛି। ଏକ ଉନ୍ନତ ମାନର ଅଡିଟିଂ ବ୍ୟବସ୍ଥା ଆରମ୍ଭ ଉପରେ ଚୌଧାରୀ ଗୁରୁତ୍ୱାରୋପ କରିଛନ୍ତି। ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରର ନିୟାମକ ଦାୟିତ୍ୱବୋଧତା ରିଜର୍ଭ ବ୍ୟାଙ୍କ ଉପରେ ରହିଛି; କିନ୍ତୁ ଏଥିରେ ସତ୍ୟତା ଦେଖିବା ସିଭିସିଙ୍କ କାମ। ଚଳିବର୍ଷ ଫେବୃଆରୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‍ଲୀ ନିୟାମକଙ୍କୁ ଏଭଳି ଦୁର୍ନୀତିକୁ ଅନୁସନ୍ଧାନ କରିବାରେ ବିଫଳ ହେବା ନେଇ ସମାଲୋଚନା କରିଥିଲେ।

Leave A Reply