www.samajalive.in
Sunday, December 7, 2025
26.1 C
Bhubaneswar

ବ୍ଲାଷ୍ଟିଂ ପଥର ବାଜି ବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଦାମନଯୋଡ଼ି : ଦାମନଯୋଡ଼ି ଥାନା ଅଧୀନସ୍ଥ ମରିଚମାଳ ଗାଁରେ ଅଘଟଣ। ବ୍ଲାଷ୍ଟିଂ ପଥର ବାଜି ଜଣେ ବାଳକର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ରିତେଶ ମାଝୀ ବୋଲି ଜଣାପଡିଛି। ବୁଧବାର ରିତେଶ ନିଜ ସମ୍ପର୍କୀୟ ଭାଇ ସହ ଗାଁ ନିକଟ ନଦୀକୁ ଯାଇଥିଲା। ଦୁହେଁ ପୋଲ ଉପରେ ଠିଆ ହୋଇଥିବାବେଳେ ନିକଟରେ ଥିବା କୁଆଁରୀରେ ବ୍ଲାଷ୍ଟିଂ ହୋଇଥିଲା। ସେହିଠାରୁ ଏକ ପଥର ଛିଟିକି ଆସି ରିତେଶର ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ରିତେଶକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ସେମିଳିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ରାସ୍ତାକଡ଼ରେ ଥିବା ସେହି କୁଆଁରୀଟି ଅବୈଧ ଓ ତାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories