ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା

0
ନୂଆଦିଲ୍ଲୀ : ରାଜ୍ୟସଭାରୁ ଓଡ଼ିଶାର ବିଦାୟୀ ସାଂସଦଙ୍କୁ ଆଜି ପାର୍ଲିଆମେଣ୍ଟସ୍ଥିତ ବିଜୁ ଜନତା ଦଳ ସଂସଦୀୟ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧନା ଦିଆଯାଇଛି । ମଙ୍ଗଳବାର  ବିଜେଡି ସାଂସଦମାନେ ଏକାଠି ହୋଇ ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଏ ଭି ସ୍ୱାମୀ ଓ ଦିଲ୍ଲୀପ ତିର୍କିଙ୍କୁ ସଂସଦୀୟ କାର୍ଯ୍ୟରୁ ଅବସର ପରେ ରାଜନୀତି ଏବଂ ସମାଜସେବା ଜାରି ରଖିବା ପାଇଁ ପରାମର୍ଶ ହେଇଥିଲେ। ଏହି ଅବସରରେ ତିନି ଜଣ ବିଦାୟୀ ସାଂସଦ ନିଜ ଅଭିଭାଷଣରେ ସଂସଦରେ ଅନେକ ଶିକ୍ଷା ଲାଭ ମିଳିଛି ଏବଂ କାର୍ଯ୍ୟକାଳରେ ଅନ୍ୟ ସାଂସଦଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ, ରବୀନ୍ଦ୍ର ଜେନା, ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ, ନଗେନ୍ଦ୍ର ପ୍ରଧାନ, କୁଳମଣି ସାମଲ, କଳିକେଶ ନାରାୟଣ ସିଂଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଶକୁନ୍ତଳା ଲାଗୁରୀ ଏବଂ ପୂର୍ବତନ ସାଂସଦ ଭୂପିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply