www.samajalive.in
Sunday, December 7, 2025
23.1 C
Bhubaneswar

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

ଚୈତ୍ର ନବରାତ୍ରୀର ଆଜି ୨ୟ ଦିନ। ଏହି ଦିନ ମା’ ଦୁର୍ଗାଙ୍କର ବ୍ରହ୍ମଚାରିଣୀଙ୍କର ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ। ୯ ଦିନ ପର୍ଯ୍ୟନ୍ତ ବିଶେଷ ପୂଜାର୍ଚ୍ଚନା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ସମୟରେ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ଦ୍ୱାରା ଜୀବନରେ ହସଖୁସି ପ୍ରବେଶ କରିବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ସେଭଳି ଉପାୟ ମଧ୍ୟରୁ ଗୋଟିଏ ହେଉଛି କର୍ପୂର। ନବରାତ୍ରୀ ସମୟରେ କର୍ପୂର ସହ ଜଡିତ କିଛି ଉପାୟ ଆପଣାଇବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଆଦୌ ଧନର ଅଭାବ ହୋଇନଥାଏ। ଏହି ଉପାୟ ଦ୍ୱାରା ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ..

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

- Advertisement -

କର୍ପୂରର ବ୍ୟବହାର ବିଶେଷ କରି ପୂଜାରେ କରାଯାଏ। କାରଣ ଏହା ନକରାତ୍ମକ ଶକ୍ତିକୁ ଦୂର କରି ଘରର ବାତାବରଣକୁ ଶୁଦ୍ଧ କରିଥାଏ। କର୍ପୂର ପୂଜା ବ୍ୟତୀତ ଅନ୍ୟ କିଛି କାରଣ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆର୍ଥିକ ସମସ୍ୟା ଦୂର ପାଇଁ କର୍ପୂରର ବ୍ୟବହାର କରିବାର କିଛି ଉପାୟ ବର୍ଣ୍ଣନା କରାଯାଇଛି। ଜୀବନରେ ଥିବା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରେ ସୁଖଶାନ୍ତି ସର୍ବଦା ରହିବା ପାଇଁ ଶନିବାର କିମ୍ବା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ ଓ ୩ଟି କର୍ପୂର ଓ ଗୁଜୁରାତିକୁ ଏକା ସହ ଜଳାନ୍ତୁ।

ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..

ମାନ୍ୟତା ଅନୁଯାୟୀ ଏହି ଉପାୟ ଆପଣାଇବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରି ଚାଳିଶା ପାଠ କରିବା ସହ ୫ଟି ଲବଙ୍ଗ, ଗୋଟିଏ କର୍ପୂର ଜଳାଇ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ। ଏହାଦ୍ୱାରା ଶତ୍ରୁ ନାଶ ହେବା ସହ ଆର୍ଥିକ ସମସ୍ୟା ଦୂର କରିଥାଏ।

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories