www.samajalive.in
Tuesday, December 9, 2025
15.1 C
Bhubaneswar

କାଳବୈଶାଖୀ ନେଲା ଜୀବନ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ

ଫୁଲବାଣୀ : ଦଣ୍ଡ ନାଚ ଚାଲିଥିଲା ଓ ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ଥିଲା ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ।। ବିଦ୍ୟୁତ ତାର ସସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ସୁଡ଼ରୁକୁମ୍ପା ନିକଟ ଦଳପଡା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ସଦର ଥାନା ସୁଡରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲା ହରିପୁର ମୁଣ୍ଡିପଦର ଗାଁର ଦଣ୍ଡ ଥଳ ଦଳପଡା ଗାଁକୁ ଆସି ଦଣ୍ଡ ନାଚ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା। ଯାହାଫଳରେ କିଛି ସମୟ ଯାଏ ଦଣ୍ଡ ନାଚ ବନ୍ଦ ହୋଇଥିଲା। ଏହି ସମୟରେ ସେହି ଦଣ୍ଡୁଆମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ। ବିଦ୍ୟୁତ ତାର ଖୋଲିବା ସମୟରେ ହଠାତ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଦଣ୍ଡୁଆ ଜଣକ ଅଚେତ ହୋଇତଳେ ପଡିଯାଇଥିଲେ।

- Advertisement -

ଏହାପରେ ଅନ୍ୟଦଣ୍ଡୁଆମାନଙ୍କ ସହ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସା ଳୟକୁ ଆଣିଥିଲେ। ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦଣ୍ଡୁଆ ଜଣକଙ୍କ ନା ପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ସେ ସେହି ବୌଦ୍ଧ ଜିଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି। ଖବର ପାଇଁ ଖଜୁରୀପଡା ପୁଲିସ ମେଡ଼ିକାଲରେ ପହଞ୍ଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ୬/୨୪ ରେ ରୁଜୁ କରି ଦଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories