www.samajalive.in
Monday, December 8, 2025
14.1 C
Bhubaneswar

ରାଫେଲ ନିର୍ମାଣ ପ୍ରସଙ୍ଗ : ହାଲକୁ ଅଣଦେଖା କରାଯାଇଛି

ବଲାଙ୍ଗୀର : ରାଫେଲକୁ ନେଇ ସାରା ଦେଶରେ କଂଗ୍ରେସ କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚା ଥମିନାହିଁ। ତେବେ ଏହାରି ମଧ୍ୟରେ ସୂଚନା ଅଧିକାର ଆଇନରେ ରାଫେଲ ସମ୍ପର୍କିତ ଅନେକ ତଥ୍ୟ ପଦାକୁ ଆସିଛି। ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧୀକାର କର୍ମୀ ହେମନ୍ତ ପଣ୍ଡା ତାଙ୍କ ଆବାସିକ କାର୍ଯ୍ୟାଳୟରେ ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରି ଅଭିଜ୍ଞତା ସମ୍ପନ୍ନ ହାଲକୁ ଅଣଦେଖା କରାଯାଇଥିବା ସୂଚନା ଦେଇଛନ୍ତି। ସେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ରାଫେଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମୋଦୀ ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଆଣି ନିଜ ସ୍ୱରକୁ ଶାଣିତ କରିଛି। ତେବେ ଦେଶର ସ୍ୱନାମଧନ୍ୟ ତଥା ପ୍ରଚୁର ଅଭିଜ୍ଞତା ସମ୍ପନ୍ନ (ହାଲ୍‍) ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡକୁ ରାଫେଲ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନଥିବା ହାଲ୍‍ ର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କୁ ସୂଚନା ପ୍ରଦାନ କରାଯାଇଛି। ରାଫେଲ ନିର୍ମାଣକୁ ନେଇ ହାଲ୍‍ କୁ ଅଣଦେଖା କରାଯାଇଥିବା ଅଭିଯୋଗ ମଧ୍ୟ କଂଗ୍ରେସ ମୂଳରୁ ଉଠାଇ ଆସୁଛି। ଏହାକୁ ନେଇ ଶ୍ରୀ ପଣ୍ଡା ହାଲ୍‍ ର ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଅଧୀକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ତେବେ ହାଲ୍‍ ପକ୍ଷରୁ ପ୍ରଦାନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ହାଲ୍‍ ରେ ୪୧୦୦ ରୁ ଊର୍ଦ୍ଧ୍ବ ବିମାନ ଓ ହେଲିକପ୍ଟର ତିଆରି କରାଯାଇଛି। ସ୍ୱଦେଶୀ ଜ୍ଞାନ କୈାଶଳରେ ଏଚ୍‍ଟି-୨, ପୁଷ୍ପକ, କ୍ରିଷକ, ମାରୁତ ଏମ୍‍କେ-୧/୧ଏ(ଏଚ୍‍ ଜେ ଟି ୧୬), ବସନ୍ତ, ଅଜିତ୍‍, କିରନ ଏମ୍‍କେ- ୨ (ଏଚ୍‍ ଜେ ଟି ୧୬), ଏଚପିଟି ୩୨. ଏଚ୍‍ଟିଟି ୩୪, ଏ ଏଲ୍‍ଏଚ୍‍, ଲକ୍ଷ୍ୟ (ପିଟିଏ), ଏଲ୍‍ସିଏ, ଆଇଜେଟ, ଏଚ୍‍ଟିଟି -୪୦, ଏଲ୍‍ସିଏଚ୍‍, ଏଲ୍‍ ୟୁଏଚ୍‍, ମାରୁତ ଟ୍ରେନର ଏବଂ ଅଜିତ ଟ୍ରେନର ନିର୍ମାଣ କରାଯାଇଥିବା ବେଳେ ବିଦେଶୀ ଜ୍ଞାନ କୈାଶଳରେ ପ୍ରେଣ୍ଟସ୍‍, ଭେମ୍ପାୟାର  ଜିନାଟ, ଏଚ୍‍ଏସ୍‍-୭୪୮/ଏମ୍‍, ଚେତକ, ମିଗ୍‍-୨୧ଏ‘୍‍ଏଲ୍‍, ଚିତାହ, ମିଗ୍‍-୨୧ଏମ୍‍, ମିଗ୍‍-୨୧ବିଆଇଏସ୍‍, ଜାଗୁଆର, ମିଗ-୨୭ଏମ୍‍, ଡୋରନିଏର୍‍-୨୨୮, ଏସ୍‍ୟୁ-୩୦ଏମ୍‍କେଆଇ, ହକ୍‍, ଭେମ୍ପାୟାର ଟ୍ରେନର,ଚିତଲ ନାମକ ବିମାନ ଓ ହେଲିକପ୍ଟର ସିରିଜ ନିର୍ମାଣ କରାଯାଇଥିବା ବେଳେ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହାଲ୍‍ ରେ ସମୁଦାୟ ୨୮ ହଜାର ୬ ଶହ ୧୬ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ରହିଥିବା ସୂଚନା ଶ୍ରୀ ପଣ୍ଡା ଙ୍କୁ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରାଯାଇଛି। ଏହାସହ ଏସ୍‍ୟୁ-୩୦ ଏମ୍‍କେୟୁ, ଡିଓ-୨୨୮, ହକ୍‍, ଏଲ୍‍ସିଏ ବିମାନ ଏବଂ ଏ ଏଲ୍‍ଏଚ୍‍, ଚିତଲ,ଚେତକ,ଚିତା ହେଲିକପ୍ଟର ନିର୍ମାଣ ଚାଲିଥିବା ଅନୁଷ୍ଠାନ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଯୁଦ୍ଧ ବିମାନ ଓ ହେଲିକପ୍ଟର ନିର୍ମାଣ ପାଇଁ ଅଭିଜ୍ଞତାରେ ପରିପୂର୍ଣ୍ଣ ଦେଶର ଏହି ସଫଳ ସରକାରୀ ଅନୁଷ୍ଠାନ ହାଲ୍‍ କୁ ରାଫେଲ ନିର୍ମାଣ ପାଇଁ ବିଶ୍ୱାସକୁ ନିଆନଯାଇ ଡାସଲ୍ଟ ସହ ରିଲାଏନ୍ସ ଡିଫେନ୍ସ ଭଳି ଅଭିଜ୍ଞତା ନଥିବା ନୂତନ କମ୍ପାନୀକୁ ମୋଦୀ ସରକାର ବିଶ୍ୱାସକୁ ନେବା ଦ୍ୱାରା ମୋଦୀ ସରକାରଙ୍କ ସାଧୁତା ଉପରେ ପ୍ରଶ୍ନ ଚିହ୍ନ ଲାଗିବା ସ୍ୱଭାବିକ ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମରେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ମୋଦୀ ନିଜକୁ ସ୍ୱଦେଶୀ କହୁଥିବା କୁଆଡେ ଗଲା ନିଜ ସ୍ୱଦେଶୀ ପଣିଆ ବୋଲି ଶ୍ରୀ ପାଣ୍ଡା ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ସ୍କିଲ ଇଣ୍ଡିଆ ସମେତ ଦେଶରେ ଅନେକ ଜିନିଷ ନିର୍ମାଣ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳକୁ ବ୍ୟବହାର କରିବା ପାଇଁ ସଭା ସମିତିରେ ଭାଷଣବାଜି କରୁଥିବା ନରେନ୍ଦ୍ର ମୋଦୀ କାହିଁକି ହାଲ୍ ଭଳି ଅଭିଜ୍ଞତା ସମ୍ପନ୍ନ ସରକାରୀ ନିଜସ୍ୱ ଅନୁଷ୍ଠାନକୁ ବାଦ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଦେଶବାସୀ ବିଚାର କରିବାର ସମୟ ଆସିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories