www.samajalive.in
Sunday, December 7, 2025
23.1 C
Bhubaneswar

ସିବିଆଇ ସଙ୍କଟ: ମଧ୍ୟସ୍ଥ ମନୋଜ ପ୍ରସାଦକୁ ଜାମିନ

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନଙ୍କ ବିରୋଧରେ ଥିବା ଲାଞ୍ଚ କାରବାର ମାମଲାରେ ଗିରଫ ମନୋଜ ପ୍ରସାଦକୁ ଦିଲ୍ଲୀର ସିବିଆଇ ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ମାଂସ ବ୍ୟବସାୟୀ ମୋଇମ କୁରେସୀ ମାମଲାରୁ ଆଶ୍ୱସ୍ତି ଲାଗି ଆସ୍ଥାନାଙ୍କୁ ଲାଞ୍ଚ ପ୍ରଦାନରେ ମନୋଜ ମଧ୍ୟସ୍ଥତା କରିଥିଲେ ବୋଲି ହାଇଦରାବାଦ ବ୍ୟବସାୟୀ ସତୀଶ ସାନା ଅଭିଯୋଗ ଦର୍ଶାଇଥିଲେ। ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ଏଫଆଇଆର୍‍ ରୁଜୁ ହେବା ପରେ ମନୋଜକୁ ଅକ୍ଟୋବର ୧୭ରେ ଗିରଫ କରାଯାଇଥିଲା। ମାମଲାର ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନରେ ଛାଡିବାକୁ କୋର୍ଟ ନଭେମ୍ବର ୩ରେ ମନା କରିଥିଲେ। ମାତ୍ର ତାଙ୍କୁ ଅଧିକ ଦିନ ବିଚାରବିଭାଗୀୟ ହାଜତରେ ରଖିବାର ଆବଶ୍ୟକତା ନ ଥିବା ଦର୍ଶାଇ ସ୍ୱତନ୍ତ୍ର ବିଚାରପତି ସନ୍ତୋଷ ସ୍ନେହି ମାନ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଅକ୍ଟୋବର ୩୧ରେ ମାମଲାର ସହ ଅଭିଯୁକ୍ତ ତଥା ସିବିଆଇ ଡିଏସ୍‍ପି ଦେବେନ୍ଦ୍ର କୁମାରଙ୍କୁ ଜାମିନ ମିଳିଛି। ଅକ୍ଟୋବର ୧୫ରେ ଦାଖଲ ହୋଇଥିବା ଏଫ୍‍ଆଇଆର୍‍ରେ ଆସ୍ଥାନା, ପ୍ରସାଦ ଓ କୁମାରଙ୍କ ସମେତ ଅନ୍ୟଜଣେ ମଧ୍ୟସ୍ଥ ସୋମେଶ ପ୍ରସାଦ ମଧ୍ୟ ଅଭିଯୁକ୍ତ ଅଛନ୍ତି। ମାଂସ ବ୍ୟବସାୟୀ କୁରେସୀ ମାମଲାରେ କ୍ଲିନ୍‍ଚିଟ ପ୍ରଦାନ ଲାଗି ତଦନ୍ତକାରୀ ଅଧିକାରୀ କୁମାର ତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ବାରମ୍ବାର ଡକାଇ ହଇରାଣ କରିବା ତଥା ତାଙ୍କୁ ୫ କୋଟି ଟଙ୍କା ଲାଞ୍ଚ ମାଗିବା ନେଇ ସତୀଶ ସାନା ଅଭିଯୋଗ କରିଥିଲେ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories