mission shakti banner

ଡିମିରି ଗୁଡା ପଞ୍ଚାୟତରେ  ଖୋଲିଲା ଜଳଛତ୍ର 

nua o banner
ଫୁଲବାଣୀ : ବର୍ତମାନ ପ୍ରବଳ ଖରା ବଢିଥିବା ବେଳେ ଦିନ ୯ ଟା ରୁ ରାସ୍ତା ରେ ଯିବା ଆସିବା ଅସମ୍ଭବ ହୋଇ ପଡିଛି। ଖରା ରେ ଯିବା ଆସିବା ସମୟରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ପାଣି ଟୋପାଏ ମିଳି ପାରୁନାହିଁ।  ବାହାରେ କାମ କରୁଥିବା ଶ୍ରମିକ ମାନେ ମଧ୍ୟ ପିଇବା ପାଣି ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ନଦୀ ନାଳ ରେ ଦିନକୁ ଦିନ ଜଳସ୍ଥର କମି କମି ଯାଉଥିବା ବେଳେ କୂଅ ପୋଖରୀ ମଧ୍ୟ ସୁଖୀ ଯିବାକୁ ବସିଛି ।
ଏହି ପରିସ୍ଥିତି ରେ ପ୍ରଶାସନ ତରଫରୁ ଏପ୍ରିଲ ମାସର ପ୍ରଥମରୁ ବିଭିନ୍ନ ଛକ ଏବଂ ବସ ଷ୍ଟାଣ୍ଡ, ଜନଗହଳି ସ୍ଥାନ ମାନଙ୍କରେ ପିଇବା ପାଣୀର ବ୍ୟବସ୍ଥା କରା ଯିବାକୁ ଥିବା ବେଳେ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ଓ ଡିଣ୍ଡିରା ଗାଁ ପଞ୍ଚାୟତ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଝୁଲି ଲତା ସାହୁ ପ୍ରଥମ କରି ଜଳ ଛତ୍ର ବ୍ୟବସ୍ଥା କରିଛନ୍ତି।  ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତର ଡିଣ୍ଡିରା ଗାଁ ଛକ, ଗଞ୍ଜୁଖୋଲ ଛକ, କୁଡୁକି ଛକ, ସାରୁକୋଇ ଛକ, ଟେଲା ପାଲୀ ଛକ ସହ ଡିମିରି ଗୁଡା ପଞ୍ଚାୟତ ର ଡିମିରି ଗୁଡା ପାଞ୍ଚ ଛକ, ବଗାଲି ଛକ, ଶ୍ରୀପଲା ଛକ, କେକ୍ରିଙ୍ଗିଆ ଛକ ରେ ଜଳ ଛତ୍ର ବ୍ୟବସ୍ଥା କରିଛନ୍ତି। ତେବେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପ୍ରତ୍ୟେକ ଛକ ମାନଙ୍କରେ ୨ ଦିନ ଭିତରେ ଜଳ ଛତ୍ର ଖୋଲିବା ସହ ଯାତ୍ରୀ ମାନଙ୍କୁ ପିଇବା ପାଣି ଯୋଗାଇଦିଆ ଯିବ ବୋଲି ଫିରିଙ୍ଗିଆ ଗୋଷ୍ଠୀଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା କହିଛନ୍ତି ।

Comments are closed.