www.samajalive.in
Sunday, December 7, 2025
16.1 C
Bhubaneswar

ଉପହାର ଆଶା ଦେଖାଇ ୪୧ଲକ୍ଷ ଠକେଇ ; ନୂଆଦିଲ୍ଲୀରୁ ୨ ଗିରଫ

କଟକ : ଭାରତୀୟ ମୁଦ୍ରା ଠକିନେଇ ବିଦେଶୀ ଠକଦଳ ନିଜ ଦେଶରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଭାରତରେ କର୍ଯ୍ୟାଳୟ ଖୋଲି ସୋସିଆଲ ମିଡିଆ ଜରିଆରେ ବିଭିନ୍ନ ଧନୀ ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ୨୦୧୮ ଅଗଷ୍ଟରେ ପୁରୀ ଜିଲାର ଜଣେ ମହିଳା ଏହି ଆନ୍ତର୍ଜାତିକ ଠକ ଦଳର ଶିକାର ହୋଇ ୪୧ଲକ୍ଷ ଟଙ୍କା ହରାଇଥିଲେ। ଏହି ଅଭିଯୋଗର ତଦନ୍ତ କରି ଓଡିଶା କ୍ରାଇମ୍‍ବ୍ରାଞ୍ଚ ଜଣେ ନାଇଜେରିଆନ୍‍ ଯୁବକଙ୍କ ସହ ୨ଜଣଙ୍କୁ ଗିରଫ କରିଛି। ସେମାନେ ଦିଲ୍ଲୀରେ କାର୍ଯ୍ୟାଳୟ ଖୋଲିବା ସହ ବିଭିନ୍ନ ରାଜ୍ୟର ଲୋକଙ୍କୁ ଠକୁଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୂଆଦିଲ୍ଲୀ ଉତ୍ତମନଗର ଥାନା ଅଞ୍ଚଳରେ ରହୁଥିବା ନାଇଜେରିଆ ନ୍ୱାବୁଜି ଚୁକ୍‍ୱାଦି ଭିନ୍‍ସେଣ୍ଟ ଓ ଦିଲ୍ଲୀ ସାହାଦାରା ଅଞ୍ଚଳର ପୀୟୂଷ ଆର୍ଯ୍ୟ। କ୍ରାଇମବ୍ରାଞ୍ଚ ସେମାନଙ୍କୁ ୩ ଦିନିଆ ଜିମାରେ ଆଣି ଜେରା ଚଳାଇଛି। ନାଇଜେରିଆର ଏହି ଗ୍ୟାଙ୍ଗ ଦିଲ୍ଲୀକୁ ମୁଖ୍ୟାଳୟ ଭାବେ ଗଢିବା ସହ ସାରା ଦେଶରେ ଠକେଇର ଜାଲ ବିଛାଇଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ଅନୁଯାୟୀ, ପୁରୀ ଅଞ୍ଚଳର ଜଣେ ମହିଳାଙ୍କ ପାଖକୁ ଡେଭିଡ୍‍ ଓସ୍କାର ନାମରେ ଫେସବୁକ୍‍ରେ ଏକ ଫ୍ରେଣ୍ଡ ରିକୁଏଷ୍ଟ ଆସିଥିଲା। ସେ ଡେଭିଡ୍‍ଙ୍କ ବନ୍ଧୁତ୍ୱ ନିବେଦନକୁ ଗ୍ରହଣ କରିଥିଲେ। ବିଭନ୍ନ ସମୟରେ ମହିଳାଙ୍କ ସହ ଡେଭିଡ୍‍ ମେସେଞ୍ଜରରେ ବାର୍ତ୍ତାଳାପ କରୁଥିଲେ। ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଯାଇଥିଲା। ସେମାନେ ପରସ୍ପରକୁ ମୋବାଇଲ ଫୋନ ନମ୍ବର ପ୍ରଦାନ କରିବା ସହିତ ହ୍ୱାଟ୍‍ସଆପ୍‍ରେ ବାର୍ତ୍ତାଳାପ କରିଥିଲେ। ଡେଭିଡ୍‍ ନିଜକୁ ଧନୀ ବ୍ୟକ୍ତିର ପରିଚୟ ଦେବା ସହ ବ୍ରିଟେନରେ ପାଇଲଟ ଭାବେ କାର୍ଯ୍ୟକରୁଥିବା ମହିଳାଙ୍କୁ କହିଥିଲେ। କିଛିଦିନ କଥା ହେବା ପରେ ଡେଭିଡ୍‍ ମହିଳାଙ୍କ ନିକଟକୁ ଏକ ଉପହାର ବାକ୍ସ ପଠାଉଥିବା କହିଥିଲେ। ଏହି ବାକ୍ସରେ କିଛି ଅଳଙ୍କାର, ଲାପଟପ୍‍, ମୋବାଇଲ ଫୋନ ଓ ୩୧.୫୦ ଲକ୍ଷ ଟଙ୍କା(୩୫ ହଜାର ପାଉଣ୍ଡ) ପଠାଇଥିବା କହିଥିଲେ। ଟଙ୍କା ସହ ସମସ୍ତ ସାମଗ୍ରୀର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଦେଢକୋଟି ଟଙ୍କା ହେବ ବୋଲି ମହିଳାଙ୍କୁ କହିଥିଲେ। ଏକ ସପ୍ତାହ ମଧ୍ୟରେ ଉପହାର ନ ପହଞ୍ଚିବାରୁ ମହିଳା ଜଣଙ୍କ ଉପହାର ବାକ୍ସ ସଂକ୍ରାନ୍ତରେ ଡେଭିଡ୍‍କୁ ପଚାରିଥିଲେ। ଏୟାରପୋର୍ଟରେ ଉପହାର ବାକ୍ସ ପଡିରହିଛି। ସେଠାକାର କର୍ମଚାରୀଙ୍କୁ ୩ଲକ୍ଷ ଟଙ୍କା ଦେଲେ ସେମାନେ ଗୋଟିଏ ଦିନରେ ପ୍ୟାକେଟକୁ ପଠାଇ ଦେବେ ବୋଲି ଡେଭିଡ ମହିଳାଙ୍କୁ କହିଥିଲେ। ଉପହାର ପାଇବା ଆଶାରେ ମହିଳା ଜଣଙ୍କ ପ୍ରଥମେ ଡେଭିଡ୍‍ର ଏକ ନିର୍ଦିଷ୍ଟ ଆକାଉଣ୍ଟରେ ୩ଲକ୍ଷ ଜମା କରିଥିଲେ। ଉପହାର ବାକ୍ସ ତାଙ୍କୁ ମିଳି ନଥିଲା। ସେ ବିଭନ୍ନ ଆଳଦେଖାଇ ମହିଳାଙ୍କୁ ଟଙ୍କା ମାଗି ଚାଲିଥିଲେ। ଏହିପରି ଭାବେ ୭ଥରରେ ମହିଳା ଜଣଙ୍କ ଡେଭିଡ୍‍ଙ୍କ ଆକାଉଣ୍ଟରେ ୩୦ଲକ୍ଷ ଟଙ୍କା ଜମା କରିଥିଲେ। ଉପହାର ବାକ୍ସ ପାଇପାରି ନ ଥିଲେ। ଉପହାର ବାକ୍ସ ପାଇଁ ଡେଭିଡ୍‍ ଭାରତ ଆସୁଥିବା ମହିଳାଙ୍କୁ କହିଥିଲେ। ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ମହିଳାଙ୍କୁ କହିଥିଲେ ଯେ, ଏଠାରେ ମୋ ଆକାଉଣ୍ଟ କାମ କରୁନାହିଁ। ୟେଲୋ କାର୍ଡର ଆବଶ୍ୟକତା ରହିଛି। ତୁମେ ଏବେ ଆଉ ୧୦ଲକ୍ଷ ଟଙ୍କା ପଠାଅ ମୁଁ ତୁମକୁ ସମସ୍ତ ଟଙ୍କା ଫେରାଇ ଦେବି। ମହିଳା ଜଣଙ୍କ ଡେଭିଡ୍‍ଙ୍କ କଥାକୁ ବିଶ୍ୱାସ କରି ପୁଣି ଡେଭିଡଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥଲେ। ଏହାସତ୍ତ୍ବେ ତାଙ୍କ ନିକଟରେ କୌଣସି ଉପହାର ପହଞ୍ଚି ନଥିଲା। ଏହାପରେ ଡେଭିଡ୍‍ଙ୍କ ଫେସ୍‍ବୁକ୍‍ ଓ ହ୍ୱାଟସ୍‍ଆପ୍‍ ଆକାଉଣ୍ଟ ବ୍ଲକ୍‍ ହୋଇଯାଇଥିଲା। ତାଙ୍କ ମୋବାଇଲ୍‍ ନମ୍ବର ମଧ୍ୟ ସୁଇଚ୍‍ଅଫ ରହିଥିଲା। ଟଙ୍କା ହରାଇବା ପରେ ସମ୍ପୃକ୍ତ ମହିଳା କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। କ୍ରାଇମ୍‍ବ୍ରାଞ୍ଚ ୧୭/୨୦୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ନାଇଜେରିଆର ଏକ ଠକ ଦଳ ଭାରତରେ ରହି ବିଭିନ୍ନ ରାଜ୍ୟର ଲୋକଙ୍କୁ ଏପରି ଭାବେ ଠକୁଥିବା ଜାଣିବାକୁ ପାଇଥିଲା। ଏହି ଠକ ଗ୍ୟାଙ୍ଗର ସଦସ୍ୟମାନେ ଭାରତୀୟ ଟଙ୍କା ଠକିନେଇ ସେମାନଙ୍କ ଦେଶରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଭିନ୍‍ସେଣ୍ଟ କିଛିଦିନ ହେବ ଦିଲ୍ଲୀରେ ରହୁଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନିଲ ଆନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‍ ଦିଲ୍ଲୀ ଯାଇ ୨ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ର‍୍ୟାକେଟର କେତେକ ଭାରତୀୟ ସହଯୋଗୀଙ୍କ ସହ ବହୁ ନାଇଜେରିଆନ୍‍ ଯୁବକଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କୁ ଧରିବା ଲାଗି କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏଭଳି ଠକ ଦଳଠାରୁ ଦୂରେଇ ରହିବାକୁ କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ସଚେତନ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories