www.samajalive.in
Tuesday, December 9, 2025
15.1 C
Bhubaneswar

ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତ ଅଭିଯୋଗରେ ଗିରଫ

ମୁମ୍ବଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବଇ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଛି। ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତି ସମ୍ପର୍କିତ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତେବେ ଶିଳ୍ପା କିମ୍ବା ରାଜଙ୍କ ପକ୍ଷରୁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ। ମୁମ୍ବଇର ପୁଲିସ ଆୟୁକ୍ତ ଏକ ବିବୃତିରେ ରାଜଙ୍କ ଗିରଫ ବିଷୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ରାଜ କୁନ୍ଦା ମୁଖ୍ୟ ଅଭିଯୁକ୍ତ ଥିବା ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇସାରିଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରିବା ସହିତ ସେଗୁଡିକ କେତେକ ଆପ୍ଲିକେସନ ଜରିଆରେ ପ୍ରସାରଣ କରୁଥିଲେ। ଏହି ମାମଲାରେ ଚଳିତ ବର୍ଷ ଫେବ୍ରୁଆରୀରେ ମୁମ୍ବଇ ପୁଲିସ ତାଙ୍କ ବିରୋଧରେ ଏକ ଏତଲା ଦାଏର କରିଥିଲା। ଏହାପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ସେଥିରେ ରାଜ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା। ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ରାଜଙ୍କ ପୂର୍ବତନ ପତ୍ନୀ କବିତା ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ସେ କହିଥିଲେ ଶିଳ୍ପା ସେଟ୍ଟିଙ୍କ ଯୋଗୁ ସେମାନଙ୍କର ବୈବାହିକ ସଂପର୍କରେ ବିଚ୍ଛେଦ ଘଟିଥିଲା। ଅନ୍ୟପକ୍ଷରେ ରାଜ ଏକ ସାକ୍ଷାତକାରରେ କବିତାଙ୍କ ପ୍ରତି ଆକ୍ଷେପ କରିଥିଲେ। ସେ କହିଥିଲେ ଯେ ତାଙ୍କର ପୂର୍ବତନ ଭିଣୋଇଙ୍କ ସହିତ କବିତାଙ୍କର ଅନୈତିକ ସମ୍ପର୍କକୁ ତାଙ୍କ ମା’ ସ୍ୱଚକ୍ଷୁରେ ଦେଖିଥିଲେ। ସେହିଠାରେ ସେମାନଙ୍କ ସଂପର୍କ ତୁଟିଯାଇଥିଲା। ଏହାପରେ ରାଜ ଓ ଶିଳ୍ପା ୨୦୦୯ରେ ବିବାହ କରିଥିଲେ। ସେମାନଙ୍କର ଭିଆନ୍‍ ଏବଂ ସମିଶା ନାମରେ ଦୁଇ ସନ୍ତାନ ସନ୍ତତି ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories