www.samajalive.in
Saturday, December 6, 2025
23.1 C
Bhubaneswar

ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତ ଅଭିଯୋଗରେ ଗିରଫ

ମୁମ୍ବଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବଇ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଛି। ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତି ସମ୍ପର୍କିତ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତେବେ ଶିଳ୍ପା କିମ୍ବା ରାଜଙ୍କ ପକ୍ଷରୁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ। ମୁମ୍ବଇର ପୁଲିସ ଆୟୁକ୍ତ ଏକ ବିବୃତିରେ ରାଜଙ୍କ ଗିରଫ ବିଷୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ରାଜ କୁନ୍ଦା ମୁଖ୍ୟ ଅଭିଯୁକ୍ତ ଥିବା ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇସାରିଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରିବା ସହିତ ସେଗୁଡିକ କେତେକ ଆପ୍ଲିକେସନ ଜରିଆରେ ପ୍ରସାରଣ କରୁଥିଲେ। ଏହି ମାମଲାରେ ଚଳିତ ବର୍ଷ ଫେବ୍ରୁଆରୀରେ ମୁମ୍ବଇ ପୁଲିସ ତାଙ୍କ ବିରୋଧରେ ଏକ ଏତଲା ଦାଏର କରିଥିଲା। ଏହାପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ସେଥିରେ ରାଜ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା। ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ରାଜଙ୍କ ପୂର୍ବତନ ପତ୍ନୀ କବିତା ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ସେ କହିଥିଲେ ଶିଳ୍ପା ସେଟ୍ଟିଙ୍କ ଯୋଗୁ ସେମାନଙ୍କର ବୈବାହିକ ସଂପର୍କରେ ବିଚ୍ଛେଦ ଘଟିଥିଲା। ଅନ୍ୟପକ୍ଷରେ ରାଜ ଏକ ସାକ୍ଷାତକାରରେ କବିତାଙ୍କ ପ୍ରତି ଆକ୍ଷେପ କରିଥିଲେ। ସେ କହିଥିଲେ ଯେ ତାଙ୍କର ପୂର୍ବତନ ଭିଣୋଇଙ୍କ ସହିତ କବିତାଙ୍କର ଅନୈତିକ ସମ୍ପର୍କକୁ ତାଙ୍କ ମା’ ସ୍ୱଚକ୍ଷୁରେ ଦେଖିଥିଲେ। ସେହିଠାରେ ସେମାନଙ୍କ ସଂପର୍କ ତୁଟିଯାଇଥିଲା। ଏହାପରେ ରାଜ ଓ ଶିଳ୍ପା ୨୦୦୯ରେ ବିବାହ କରିଥିଲେ। ସେମାନଙ୍କର ଭିଆନ୍‍ ଏବଂ ସମିଶା ନାମରେ ଦୁଇ ସନ୍ତାନ ସନ୍ତତି ଅଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories