www.samajalive.in
Sunday, November 16, 2025
15.1 C
Bhubaneswar

କରେଣ୍ଟ ଲାଗି ୧୫ ଶିଶୁ ଆହତ ଘଟଣା: ୫ ଗିରଫ

ଦିଗପହଣ୍ଡି: ଗଞ୍ଜାମ ଦିଗପହଣ୍ଡି ଫାଶିଗୁଡା ଗାଁରେ କରେଣ୍ଟ ଲାଗି ୧୫ଜଣ ଶିଶୁ ଆହତ ଘଟଣାରେ ୫ଜଣ ଗିରଫ ହୋଇଛନ୍ତି। ଜାମିନ୍ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ଅଭିଯୁକ୍ତ। ବିଭାଗୀୟ ତଦନ୍ତ ପରେ ପରିଚାଳନା କମିଟିର ସଭାପତି ଶିବରାମ ବିଶୋଇ , ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଏବଂ ବିଜୟ କୁମାର ରାଉଳଙ୍କୁ ଗିରଫ କରାଯାଇଛି। ଏଥିସହ ପୁଲିସ ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଏକ ଗାଡ଼ିକୁ ଜବତ କରିଛି। ରବିବାର ଦିନ ଫାଶିଗୁଡା ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ରାମାୟଣ ନାଟକ ପରିବେଷଣ ହୋଇଥିଲା। ନାଟକ ଦେଖିବା ସମୟରେ ବର୍ଷା ହୋଇଥିଲା। ଷ୍ଟେଜର ଆଗରେ ବସିଥିବା ଶିଶୁମାନେ ଷ୍ଟେଜ ତଳେ ପଶିଯାଇଥିଲେ। ତେବେ ବର୍ଷା ପାଇଁ ଷ୍ଟେଜ୍ ତଳେ ପାଣି ଜମି ତାହା ଆର୍ଥି ହୋଇଯାଇଥିଲା । ଫଳରେ ଷ୍ଟେଜ୍ ନିକଟରେ ବିଦ୍ୟୁତ୍ ଆଘାତରେ ୧୫ଜଣ ଶିଶୁ ଆହତ ହୋଇଥିଲେ। ତଦନ୍ତ ବେଳେ ଜଣାପଡିଥିଲା ବେଆଇନ୍ ଭାବେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ପୁଲିସ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories