nua o banner

ଟ୍ରକକୁ ପିଟିଲା ସ୍କର୍ପିଓ: ଦୁଇ ମୃତ

BSKY banner  750×100

ଭଦ୍ରକ: ଭଦ୍ରକ ଏନଏଚ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ। ସ୍କର୍ପିଓ ଡ୍ରାଇଭରଙ୍କ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.