mission shakti banner

ପରୀକ୍ଷାମୂଳକ ଭାବେ ଝାରମୁଣ୍ଡା ପର୍ୟ୍ୟନ୍ତ ଗଡ଼ିଲା ଟ୍ରେନ

BSKY banner  750×100

ବାଉଁଶୁଣି: ଆଜି ଦ୍ଵିତୀୟ ପର୍ୟ୍ୟାୟରେ ପୁଣି ପୁରୁଣାପାଣି ରେଳ ଷ୍ଟେସନ ଠାରୁ ଝାରମୁଣ୍ଡା ପର୍ୟ୍ୟନ୍ତ ପାଖାପାଖି ୨୫ କିଲୋମିଟର ଗୋଟିଏ ରେଳ ଇଞ୍ଜିନ ପୂର୍ବତଟ ରେଲ ବିଭାଗ ପକ୍ଷରୁ ଟ୍ରାଏଲରନ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆହୁରି ଗୋଟାଏ ପ୍ରକାର ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ସୋନପୁର ଠାରୁ ତେଲନଦୀ ବ୍ରିଜ ଉପର ଦେଇ ପୁରୁଣାପାଣି ଷ୍ଟେସନ ପର୍ୟ୍ୟନ୍ତ ଆସିଥିବା ବେଳେ ଆଜି ସଫଳତା ସହ ପାଖାପାଖି ୨୫ କିଲୋମିଟର କିଲୋମିଟର ପର୍ୟ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି। ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ବୌଦ୍ଧ ପର୍ୟ୍ୟନ୍ତ ଟ୍ରେନ ଗଡିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.