mission shakti banner

କଣ୍ଟାବାଞ୍ଜି ଓକିଲ ସଂଘ: ପ୍ରଫୁଲ୍ଲ ନାୟକ ସଭାପତି ଓ ଏସ. ଜଗନ୍ନାଥ ରାଓ ସମ୍ପାଦକ ନିର୍ବାଚିତ

BSKY banner  750×100

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଓକିଲ ସଂଘର ୨୦୧୪ ବର୍ଷ ପାଇଁ ସଭପତି ଏବଂ ସମ୍ପାଦକ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପସଭାପତି, ଯୁଗ୍ମ ସମ୍ପାଦକ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଓକିଲ ସଂଘର ସମୁଦାୟ ୮୩ ଜଣ ସଭ୍ୟ ଭୋଟ ଦାନରେ ଭାଗ ନେଇଥିଲେ। ସଭାପତି ପଦ ପାଇଁ ୮୩ ଜଣ ମତଦାନ କରିଥିବା ବେଳେ, ପ୍ରଫୁଲ୍ଲ ନାୟକଙ୍କୁ ୫୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଦୁଃଖିଶ୍ୟାମ ଗୁରୁ ମିଳିଥିଲା ୨୮ ଖଣ୍ଡ ଭୋଟ। ୨ ଟି ଭୋଟ ନାକଚ ହୋଇଥିଲା। ସମ୍ପାଦକ ପଦବୀ ପାଇଁ ସମୁଦାୟ ୮୩ ଖଣ୍ଡ ଭୋଟ ମଧ୍ୟରୁ ଏସ. ଜଗନ୍ନାଥ ରାଓଙ୍କୁ ମିଳିଥିଲା ୪୯ ଖଣ୍ଡ ଭୋଟ ଓ ତାଙ୍କ ପ୍ରତିଦ୍ବନ୍ଦୀ ବେଣୁଧର ଜାଲଙ୍କୁ ୩୪ ଖଣ୍ଡ ଭୋଟ।

Comments are closed.