ଡେସ୍କ: ଭିତ୍ତିଭୂମି ଓ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଜଳବାୟୁ ଅନୁକୂଳ ଓ ଶକ୍ତି ସମ୍ପନ୍ନ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ, ସିପିଡବ୍ଲ୍ୟୁଡିର ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, କୋଠା, ସଡ଼କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାୟୀ, ଶକ୍ତି-ଦକ୍ଷ ଏବଂ ପରିବେଶ ଅନୁକୂଳ ହେବା ଉଚିତ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଇଞ୍ଜିନିୟରମାନେ ସେମାନଙ୍କ ଆଭିମୁଖ୍ୟରେ ଅଭିନବ ହେବା ଉଚିତ ଯାହାଦ୍ୱାରା ସେମାନେ ଉଦୀୟମାନ ଆହ୍ୱାନର ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିବେ।
ରାଷ୍ଟ୍ରପତି ଯୁବ ଇଞ୍ଜିନିୟରମାନଙ୍କୁ ପ୍ରଯୁକ୍ତି ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଛନ୍ତି। କୃତ୍ରିମ ବୁଦ୍ଧିମତା, ମେସିନ ଲର୍ଣ୍ଣିଂ ଏବଂ ରୋବୋଟ ଭଳି ନୂତନ ତଥା ଉଦୀୟମାନ ଜ୍ଞାନକୌଶଳ ପାରମ୍ପରିକ ଚିନ୍ତାଧାରାକୁ ବଦଳାଉଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।
ବିଜେପିକୁ କଂଗ୍ରେସର କଡ଼ା ସମାଲୋଚନା – ମହିଳା ଓ ଶିଶୁଙ୍କ ବିରୋଧରେ ବଢୁଛି ଅପରାଧ



