ଡେସ୍କ: ଚଳିତ ବର୍ଷ ଜେଇଇ ମୁଖ୍ୟ ପରୀକ୍ଷାର ଦ୍ଵିତୀୟ ଅଧିବେଶନରେ ପରୀକ୍ଷା ଦେଉଥିବା ଆବେଦନକାରୀଙ୍କୁ ପରୀକ୍ଷା ସହର ଆବଣ୍ଟନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଗୁଆ ସୂଚନା ସ୍ଲିପ୍ ଜାରି କରିଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନର ଦ୍ଵିତୀୟ ଅଧିବେଶନ ଏପ୍ରିଲ ୪ରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ବାହାରେ ୨୨ଟି ସହର ସମେତ ଦେଶର ୩ ଶହ ୧୯ଟି ସହରର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ।
ବିଜେପିକୁ କଂଗ୍ରେସର କଡ଼ା ସମାଲୋଚନା – ମହିଳା ଓ ଶିଶୁଙ୍କ ବିରୋଧରେ ବଢୁଛି ଅପରାଧ
ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଏପ୍ରିଲ ୧୨ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା କେବଳ ସକାଳ ଶିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଏନଟିଏର ୱେବସାଇଟ ମାଧ୍ୟମରେ ସେମାନଙ୍କ ପରୀକ୍ଷା ସହର ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ଏଜେନ୍ସି ଏକ ବିବୃତିରେ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ପରୀକ୍ଷା ସିଟି ସୂଚନା ସ୍ଲିପକୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଭାବରେ ବ୍ୟବହାର କରିପାରିବେ ନାହିଁ। ଯେଉଁ ସହରରେ ପରୀକ୍ଷା କେନ୍ଦ୍ର ରହିବ, ସେହି ସହରର ଆବଣ୍ଟନ ପାଇଁ ଏହା ହେଉଛି ଆଗୁଆ ସୂଚନା।



