ଡେସ୍କ: ଦେଶରେ ମହିଳା ଓ ଶିଶୁଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ନେଇ କଂଗ୍ରେସ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଲକା ଲାମ୍ବା ବ୍ରଜଭୂଷଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବିଜେପିକୁ ପ୍ରଶ୍ନ କରିଛନ୍ତି। ବିଏଚୟୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ବିଜେପି ଆଇଟି ସେଲ୍ ଅଧିକାରୀଙ୍କ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
Popular Categories



