www.samajalive.in
Tuesday, December 9, 2025
26.1 C
Bhubaneswar

ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଯୁବକ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ନିର୍ଭୟା ଭଳି ଏକ ଅଭାବନୀୟ କାଣ୍ଡ ଘଟିଛି। ରବିବାର ପରୀକ୍ଷା ଦେଇ ଫେରୁଥିବା ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ପେଟ୍ରୋଲ ଢାଳି ଜାଳି ଦେଇଛି। ଏଥିରେ ଛାତ୍ରୀଙ୍କ ଶରୀରର ୭୦% ଜଳିଯାଇଥିବା ବେଳେ ସେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଉତ୍ତରାଖଣ୍ଡ ପାଉରି ଜିଲା କଫିଲସ୍ୟୁପଟ୍ଟି ଗ୍ରାମର ଜଣେ ୧୮ ବର୍ଷିୟା ଯୁବତୀ ରବିବାର ବିଏସ୍‍ସି ପ୍ରୟୋଗାତ୍ମକ ପରୀକ୍ଷା ଦେଇ ସ୍କୁଟିରେ ଘରକୁ ଫେରୁଥିଲା। ବାଟରେ ଗହଡ଼ ଗ୍ରାମର ମନୋଜ ସିଂହ ନାମକ ଯୁବକ ଛାତ୍ରୀଙ୍କୁ ପିଛା କରି ଏକ ଜନଶୂନ୍ୟସ୍ଥାନରେ ଅଟକାଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ଛାତ୍ରୀ ଜଣକ ଏହାର ବିରୋଧ କରିବାରୁ ଯୁବକ ଜଣକ ତାଙ୍କ ଉପଟେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲା। କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଛାତ୍ରୀଙ୍କ ଶରୀରର ୭୦% ପୋଡ଼ି ଯାଇଛି ଓ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଡାକ୍ତର ପଂକଜ କୁମାର ଶର୍ମା ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories