ବନ୍ଦ ହେବ ୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟ୍ ଓ ୨୦ ଲକ୍ଷ ମୋବାଇଲ୍ ସଂଯୋଗ

ଡେସ୍କ: ସାଇବର ଅପରାଧରେ ଅପବ୍ୟବହାର ହୋଇଥିବା ୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବନ୍ଦ କରିବା ପାଇଁ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଟେଲିକମ୍ ବିଭାଗ ନିର୍ଦ୍ଦେଶ ନାମା ଜାରି କରିଛି। ଏଥିସହ ମୋବାଇଲ ହ୍ୟାଣ୍ଡସେଟ୍ ସହ ଲିଙ୍କ୍ ହୋଇଥିବା ୨୦ ଲକ୍ଷ ମୋବାଇଲ୍ ସଂଯୋଗକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ପୁନଃ ଯାଞ୍ଚ ରେ ବିଫଳ ହୋଇଥିବା ସଂଯୋଗକୁ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେଜ୍ରିଓ୍ଵାଲଙ୍କୁ ଜାମିନ ସତ୍ୟର ବିଜୟ – ଆମ୍ ଆଦମୀ ପାର୍ଟି

ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସ ଏକ ବିଶ୍ଳେଷଣରେ ଜାଣିବାକୁ ପାଇଛନ୍ତି ଯେ ସାଇବର ଅପରାଧରେ ଏହି ମୋବାଇଲ ହ୍ୟାଣ୍ଡସେଟର ଅପବ୍ୟବହାର କରାଯାଇଛି। ଡିଓଟି ଆହୁରି ବିଶ୍ଳେଷଣ କରି ଜାଣିବାକୁ ପାଇଛି ଯେ ଏହି ମୋବାଇଲ୍ ହ୍ୟାଣ୍ଡସେଟ୍ ସହିତ ୨୦ ଲକ୍ଷ ନମ୍ବର ବ୍ୟବହୃତ ହୋଇଥିଲା।

ପୃଥିବୀରେ ଶେ​‌ଷ ହୋଇଯିବ କି ଜୀବ ସତ୍ତା? ସୁରକ୍ଷାର ୭ ସୀମା ଟପିଲାଣି ମଣିଷ

ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ ଦୂରସଂଚାର ବିଭାଗ, ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସର ମିଳିତ ପ୍ରୟାସ ଠକଙ୍କ ନେଟୱାର୍କକୁ ଭାଙ୍ଗିବ ଏବଂ ନାଗରିକମାନଙ୍କୁ ଡିଜିଟାଲ ବିପଦରୁ ରକ୍ଷା କରିବ।

ସନ୍ଦେଶଖାଲି ମହିଳାଙ୍କ ସୁରକ୍ଷା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଲେ ରାଷ୍ଟ୍ରୀୟ ମହିଳା ଆୟୋଗ

Comments are closed.