ଜବତ ଇସ୍ରାଏଲ ଜାହାଜରୁ ୫ ଭାରତୀୟ ନାବିକ ମୁକ୍ତ

ଡେସ୍କ: ଏକ କୂଟନୈତିକ ସଫଳତାରେ ତେହେରାନ ଦ୍ୱାରା ଜବତ ଇସ୍ରାଏଲ ଜାହାଜରେ ଥିବା ଭାରତୀୟ ନାବିକଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରାଯାଇ ଇରାନରୁ ଛାଡି ଦିଆଯାଇଛି। ଭାରତୀୟ ଦୂତାବାସ ଏ ନେଇ ଇରାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।

https://samajalive.in/sonepur-news-4/559509.html

ଇସ୍ରାଏଲ ସହ ଜଡିତ ଏହି ମାଲବାହୀ ଜାହାଜକୁ ଇରାନ ଏପ୍ରିଲ ୧୩ରେ ଜବତ କରିଥିଲା, ଯେଉଁଥିରେ ୧୭ ଜଣ ଭାରତୀୟ ନାଗରିକ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ୧୭ ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ଏବଂ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କର ଚୁକ୍ତିଭିତ୍ତିକ ଦାୟିତ୍ୱ ପୂରଣ ହେବା ପରେ ସେମାନଙ୍କୁ ମୁକ୍ତ କରାଯିବ। ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଇରାଜ ଏଲାହି ମଧ୍ୟ କହିଛନ୍ତି ଯେ ଭାରତୀୟ ନାଗରିକ, ଏମଏସସି ଏରିର କ୍ରୁ ମେମ୍ବରମାନଙ୍କୁ ଅଟକ ରଖାଯାଇନାହିଁ ଏବଂ ସେମାନେ ଯିବାପାଇଁ ସ୍ୱାଧୀନ।

ଆନ୍ତଃସେବା ସଂଗଠନ ଆଇନ ବିଜ୍ଞପ୍ତି ପ୍ରକାଶ

Comments are closed.