www.samajalive.in
Sunday, December 7, 2025
26.1 C
Bhubaneswar

ଗୁଗଲରେ ଭିକାରୀ ସର୍ଚ୍ଚ କଲେ ଆସୁଛି ଇମ୍ରାନ ଖାଁଙ୍କ ଫଟୋ, ସୁନ୍ଦର ପିଚାଇଙ୍କୁ ସମନ କଲା ପାକିସ୍ତାନ

ଇସଲାମାବାଦ : ଇଣ୍ଟରଟେନ୍‍ ସର୍ଚ୍ଚ ଇଞ୍ଜିନ୍‍ ଗୁଗଲ୍‍ରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ତେହିରିକ୍‍-ଇ-ଇନ୍‍ସାଫ ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ଫଟୋ ଆସୁଛି। ଏହାକୁ ନେଇ ପାକିସ୍ତାନ କ୍ଷୁବ୍ଧ ହୋଇଛି। ଫଳରେ ପାକିସ୍ତାନ ପକ୍ଷରୁ ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ସମନ୍‍ ଜାରି କରାଯାଇଛି। ସୂଚନା ଅନୁସାରେ ଗୁଗଲ୍‍ ସିଇଓଙ୍କୁ ସମନ୍‍ ଜାରି କରିବାକୁ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି କ୍ରମରେ ଗୁଗଲ ସିଇଓଙ୍କୁ ସମନ୍‍ ଜାରି କରି ସର୍ଚ୍ଚ ଇଞ୍ଜିନ୍‍ରେ ‘ଭିକାରୀ’ ଶବ୍ଦ ଅନୁସନ୍ଧାନ କଲେ ଇମ୍ରାନ ଖନଙ୍କ ଫଟୋ କାହିଁକି ଆସୁଛି ବୋଲି ପଚରାଯାଇଛି। ପାକିସ୍ତାନର ଜଣେ ସାମ୍ବାଦିକ ଏହି ପ୍ରସ୍ତାବ ଏବଂ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଏବେ ପାକିସ୍ତାନ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ପାକିସ୍ତାନ ବିଦେଶ ମୁଦ୍ରା ଭଣ୍ଡାରର ସଞ୍ଚୟ ବହୁତ କମ ହୋଇଯାଇଛି। ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ପାକିସ୍ତାନ ବିଭିନ୍ନ ସଂସ୍ଥାରୁ ଋଣ ନେବାକୁ ଚେଷ୍ଟା କରୁଛି। ତେଣୁ ସାମାଜିକ ଗଣମାଧ୍ୟମରେ ଇମ୍ରାନ୍‍ ଖାନଙ୍କୁ କଟାକ୍ଷ କରି ଅନେକ ବ୍ୟଙ୍ଗଫଟୋ ଅପଲୋଡ କରାଯାଉଛି। କିଛି ଦିନ ତଳେ ଇମ୍ରାନ ଖାଁ ସାଉଦି ଆରବ, ଚୀନ ଯାଇ ସାହଯ୍ୟ ଭିକ୍ଷା କରିଥିଲେ। ସାଉଦି ଆରବ ଇମ୍ରାନଙ୍କ ଅନୁରୋଧ ରକ୍ଷା କରି ପାକିସ୍ତାନ ସରକାରଙ୍କୁ ୬ ଶହ କୋଟି ଟଙ୍କାର ଋଣ ଦେବ ବୋଲି ଘୋଷଣା କରିଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories