www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶାରେ ମିଳିବ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ – ରବି ଶାସ୍ତ୍ରୀଙ୍କ କ୍ରିକେଟ ଏକାଡେମୀ ସହ ଏମ୍‍ଜିଏମ୍‍ ସ୍କୁଲ ଅଫ ସ୍ପୋର୍ଟସ୍‍ର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:  ଏବେ ଦେଶର ସ୍ପୋର୍ସ ହବ ପାଲଟିଛି ଓଡିଶା । ହକି ତଥା ଅନ୍ୟାନ୍ୟ କ୍ରୀଡା ସହ ଏବେ ରାଜ୍ୟରେ କ୍ରିକେଟର ବିକାଶ ହେଉଛି । ଏହାକୁ ଆଉ ଏକ ପାଦ ଆଗକୁ ନେଇଛି ଏମ୍‍ଜିଏମ୍‍ ସ୍କୁଲ ଅଫ ସ୍ପୋର୍ଟସ୍‍ । ରାଜ୍ୟରେ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ସୃଷ୍ଟି କରିବା ପାଇଁ ଏମ୍‍ଜିଏମ୍‍ ସ୍କୁଲ ଅଫ ସ୍ପୋର୍ଟସ୍‍ ଭାରତର ପୂର୍ବତନ ସ୍ୱନାମଧନ୍ୟ ଅନ୍ତର୍ଜାତୀୟ ଖେଳାଳୀ ତଥା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍‌  ରବି ଶାସ୍ତ୍ରୀ, କ୍ରିକେଟ ଟିମ୍‌ର କୋଚ୍‌  ବି ଅରୁଣ ଏବଂ   ଆର.ଶ୍ରୀଧରଙ୍କ ଦ୍ୱାରା ସ୍ଥାପିତ ଭାରତର   ପ୍ରମୁଖ କ୍ରିକେଟ କୋଚିଂ ପ୍ରତିଷ୍ଠାନ କୋଚିଂ ବିୟଣ୍ଡ୍‍ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

 

- Advertisement -

ଭୁବନେଶ୍ୱରଠାରୁ ୩୦ କିଲୋମିଟର କଟକ ସହର ନିକଟ କପୁରସିଂ, ଗୁରୁଡିଝାଟିଆଠାରେ ଏମ୍‍ଜିଏମ୍‍ ସ୍କୁଲ ଅଫ ସ୍ପୋର୍ଟସ୍‍ ନାମରେ  ଅତ୍ୟାଧୁନିକ ହାଇ ପରଫର୍‍ମାନ୍ସ କ୍ରିକେଟ ଏକାଡେମୀ  ସ୍ଥାପନ କରାଯାଇଛି ।    ଏହି ଆବାସିକ ଏକାଡେମୀ ଏମ୍‍ଜିଏମ୍‍ ଗ୍ରୁପ୍‍, ଓଡ଼ିଶାର  କମ୍ପାନୀ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ ସଂସ୍ଥା ।

ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟ ତାରକା   ଏସ.ଏଲ୍‍.ଭେଙ୍କଟପତି ରାଜୁ ହି   ଏକାଡେମୀରେ  କନ୍‍ସଲଟାଣ୍ଟ କୋଚ୍‍ ଭାବରେ ବୋଲିଂ ତାଲିମ ପ୍ରଦାନ  କରିବେ । ରାଜ୍ୟରେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ସୃଷ୍ଟି ପାଇଁ ଏହା ସହାୟକ ହେବ ।

ପ୍ରଥମେ ୫୦ ଜଣ କ୍ରିକେଟ ଖେଳାଳୀଙ୍କ ବାଳକ ଏବଂ ପୁରୁଷ ବିଭାଗରେ ଚୟନ କରାଯାଇ କ୍ରିକେଟ ତାଲିମ ରିହାତି ଦରର ପ୍ରଦାନ କରାଯିବ । ଏହା ଓଡିଶାର କ୍ରିକେଟ ଜଗତରେ ନିଶ୍ଚୟ ନୂଆ ଇତିହାସ ସୃଷ୍ଟି କରିବା ସହ ନୂତନ କ୍ରିକେଟ ଖେଳାଳୀଙ୍କ ଆଶା ଏବଂ ବିଶ୍ୱାସରେ ଏହା ସକାରାତ୍ମକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି  ଏମ୍‍ଜିଏମ ମିନେରାଲ୍ସ ଲିମିଟେଡର ସିଏମ୍‌ଡି ପଙ୍କଜ ଲୋଚନ ମହାନ୍ତି ଆଶା ପ୍ରକାଶ କରିଛନ୍ତି ।

ଏହି ଏକାଡେମୀରେ  ଆବାସିକ ସୁବିଧା, ଆନ୍ତର୍ଜାତିକ ମାନର କ୍ରିକେଟ ପଡିଆ, ଟର୍ଫ, ଆଷ୍ଟ୍ରୋଟର୍ଫ ଏବଂ ମ୍ୟାଟିଂ ପିଚ୍‍,   ଛଅ ଲେନ୍‍ ଇନ୍‍ଡୋର ଏରିନା, ସମସ୍ତ ସାଜସରଞ୍ଜାମ ଥିବା ଜିମ୍‍ନାସିୟମ, ସ୍ୱିମିଂ ପୁଲ୍‍, ଫିଜିଓଥେରାପି ଏବଂ ରିକଭରୀ ସେଣ୍ଟର, ମୋଟିଭେସନ୍‍ ହଲ୍‍, ପୁନର୍ବାସ କେନ୍ଦ୍ର, ବିଚ୍‍ ଭଲିବଲ୍‍ କୋର୍ଟ, ବାସ୍କେଟବଲ କୋର୍ଟ ଆଦି ଅତ୍ୟାଧୁନିକ ଭିତ୍ତିଭୂମି  ରହିଛି  । ଏଠାରେ ଉଦୟମାନ ଏବଂ  ଯୁବ କ୍ରିକେଟିୟର ମାନଙ୍କ ଅନ୍ତର୍ଜାତୀୟ ସ୍ତରର ସମସ୍ତ ତାଲିମ ପ୍ରଦାନ କରାଯିବ ।

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories