ଜେଟ୍‌ଲି ରାଜ୍ୟସଭା ନେତା ନିଯୁକ୍ତ

0

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ମଙ୍ଗଳବାର ପୁଣି ଥରେ ରାଜ୍ୟସଭା ନେତା ନିଯୁକ୍ତ ହୋଇଛନ୍ତି। ଗୃହର ନେତାଭାବେ ଜେଟ୍‌ଲିଙ୍କ କାର୍ଯ୍ୟକାଳ ସୋମବାର ଶେଷ ହୋଇଥିଲା। ତେବେ ଜେଟ୍‌ଲି ନିକଟରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାରଙ୍କ ନିକଟରୁ ଏ ସଂକ୍ରାନ୍ତ ପତ୍ର ପାଇବାପରେ ନାଇଡୁ ଉପରୋକ୍ତ ଘୋଷଣା କରିଥିଲେ। ୨୦୧୪ ଜୁନରେ ଜେଟ୍‌ଲିଙ୍କୁ ରାଜ୍ୟସଭା ନେତା ନିଯୁକ୍ତ କରାଯାଇଥିଲା।

Leave A Reply